Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Others

3  

KRUTIBAS NAYAK

Others

ପ୍ରେମ

ପ୍ରେମ

1 min
12.9K


ଭଲପାଇବାର ଭିତ୍ତିଭୂମି ହେଲା-ତ୍ୟାଗ କରିବାର ବଳ,

ଭଲପାଇବାର ଚାରିସ୍ଥମ୍ଭ ମଧ୍ୟେ ବିଶ୍ଵାସ ହେଉଛି ମୂଳ |

ଭଲପାଇବାର ଦ୍ଵିତୀୟ ସ୍ତମ୍ଭଟି ଥିବ ନିଷ୍କପଟ ଭାବ,

ଭଲପାଇବାର ତୃତୀୟ ସ୍ତମ୍ଭଟି ଆତ୍ମବିଶ୍ଵାସ ହୋଇବ |

ଭଲପାଇବାର ଚତୁର୍ଥ ସ୍ତମ୍ଭଟି ପାଇବାର କିଛିନାହିଁ,

ଯେତିକି ପାରିବି ଦେଉଥିବି ସିନା କିଛି ନେବିନାହିଁ ମୁହିଁ |

ଦୁଃଖ ବିପଦରେ ଠିଆ ହେଉଥିବି ନରଖି ମନରେ ଭୟ,

ଆତ୍ମବିଶ୍ଵାସକୁ ବଢାଇ ଅନ୍ୟର ହୃଦୟ କରିବି ଜୟ |

ସବୁ ସତକଥା ଖୋଲି କହୁଥିବି ନଥିବ ମନରେ ଡର,

କିଛି ତୃଟିଥିଲେ ସଂଶୋଧନ ହେବ ନେବାକରି ମନସ୍ଥିର |

କ୍ରୋଧ-ରାଗବଶେ ଅଳପ କଥାରେ କହିବାନି କଟୁକଥା,

ସେହି ପଦେକଥା ସବୁଦିନ ପାଇଁ ଦେଇଚାଲିଥିବ ବ୍ୟଥା |

କପଟପଣରେ ପାଇବା ଲୋଭରେ କଲେ ପ୍ରେମ ଅଭିନୟ,

ପ୍ରେମିକ ପ୍ରେମିକା ମିଥ୍ୟାଚାରୀ ଦୁହେଁ ନିଆଁକୁ ଡେଇଁବା ଥୟ |

#ଡକ୍ଟର.କୃତ୍ତିବାସ ନାୟକ

ଭୁବନେଶ୍ବର-୨୧


Rate this content
Log in