Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଦୁର୍ନୀତି ରାକ୍ଷସ କବଳୁ ମଣିଷ

ଦୁର୍ନୀତି ରାକ୍ଷସ କବଳୁ ମଣିଷ

1 min
6.7K


ଦୁର୍ନୀତି ରାକ୍ଷସ କବଳୁ ମଣିଷ

 

ପର୍ଶୁରାମ ବିଶ୍ୱାଳ

 

ଦୁର୍ନୀତି ରାକ୍ଷସ କବଳୁ ମଣିଷ ପାଇବନିକି ନିସ୍ତାର

ଦିନକୁ ଦିନ ସେ ବଢ଼େଇ ଚାଲିଛି ତା’ର ନିଜ କଳେବର

କେବେ କହ ଜଗା ତୋ ଚକ୍ରେ କାଟିବୁ

ସେଇ ମହାପାପୀ ଶିର ?

 

ଇନ୍ଦିରା ଆବାସ ପାଇବା ପାଇଁକି ଲାଞ୍ଚ ହେଉଅଛି ଲୋଡ଼ା

ଅଫିସରେ ଲାଞ୍ଚ ଟଙ୍କା ଦେଇକି ବି ଦି’ମାସ କାଳ ଦଉଡ଼ା

କିମିତି ଚାଲିଚି କାଗଜ-କଲମ

ନିଘା କି ନାହିଁ ତୋହର ?

 

ଖଣି, ପାଣି ଆଉ କୋଇଲା ସବୁଠି ବଢ଼େଇଚି ତା’ର କାୟା

ସବୁ ଥାଇ ଆଜି ଓଡ଼ିଶା ଗରିବ, ଇଏ କି ତୋହର ମାୟା

କେବେ ତା’ର ବେକ ମୋଡ଼ିବୁ ତୁ କହ

ଆରେ ମୋ ନନ୍ଦକୁମର ?

 

ଦୁର୍ନୀତି ପାଇଁକି କା’ର କିସ ଯାଉ, ଧନୀର ନାହିଁ ତ ଦକ

ଗରିବ ବିଚରା କାନ୍ଦୁଚି ସକେଇ, ବହିଯାଉଚି ଲୋତକ

ସେ ଲୁହ କେବେ ତୁ ପୋଛିଦବୁ ପ୍ରଭୂ

କହରେ କଳାଠାକୁର !

 

ଇମିତିକା ଦଣ୍ଡ ଦବୁରେ ଠାକୁର, ଯିଏ ମାଗେ ଲାଞ୍ଚ ଟଙ୍କା

ତା ଘରସଂସାର ଯାଉରେ ଉଜୁଡ଼ି, ମୁହଁ ହେଇଯାଉ ବଙ୍କା

ଦେଖି ତାଙ୍କୁ କେହି ନକରୁ ସାହସ

ସେ ନାଆଁଟି ଧରିବାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in