Audio

Forum

Read

Contests

Language


Write

Sign in
Wohoo!,
Dear user,
ଆସିଛି ରଜ
ଆସିଛି ରଜ
★★★★★

© Subhakanta Sahu

Inspirational Others

1 Minutes   1.2K    8


Content Ranking

ଆସରେ ଆସ ଆସିଛି ରଜ ଆସ ଖେଳିବା ଦୋଳି,

ଦୋଳି ଠେଲିବା ବସି ଝୁଲିବା ମିଠା ମିଠା ଗୀତ ବୋଲି ।

ଆସରେ ଆସ ଆସିଛି ରଜ ଖାଇବା ପରା ପିଠା,

କ୍ଷୀର ଚିନିକୁ ଏଣ୍ଡୁରି ପିଠା ଆହା କି ଲାଗେ ମିଠା ।

ଆସରେ ଆସ ଆସିଛି ରଜ ଲୋକେ ଖେଳିଲେ ଜୁଆ,

ପ୍ରେକ୍ଷାଳୟକୁ ଚାଲିଲେ ଟୋକା ଆସିଛି ସିନେମା ନୂଆଁ ।

ଆସରେ ଆସ ଆସିଛି ରଜ ମନ୍ଦିର ପରା ଯିବା?

ସଂକ୍ରାନ୍ତି କରି ଦେଖିବା ଦିଅଁ ଭୋଗ ନେଇ ଫେରିବା ।

ଆସରେ ଆସ ଆସିଛି ରଜ କୃଷକ ଭାଇ ହସେ,

ବୁଣିବ ଧାନ ଆସିଲେ ବର୍ଷା ଜଳ ନେଇ ରଜ ଶେଷେ ।

ଆସରେ ଆସ ଆସିଛି ରଜ ଶାନ୍ତି ଲାଗିବ ଏବେ,

ଶସ୍ୟ ଶ୍ୟାମଳା ହେବ ଧରଣୀ ଘିମିରି ଝାଳ ଯିବେ ।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ. ପୋଲସରା, ଗଞ୍ଜାମ

ପିନ୍-୭୬୧୧୦୫

ମୋବାଇଲ୍-୯୮୬୧୭୩୨୨୫୬

E-mail: sahusubhakanta@gmail.com

ରଜ ଦୋଳି ମନ୍ଦିର

Rate the content


Originality
Flow
Language
Cover design

Comments

Post


Some text some message..