ବର୍ଷା
ବର୍ଷା
◆◆◆◆◆◆◆◆◆◆◆
ପଙ୍କଜିନୀ ଉପାଧ୍ଯାୟ ,( ମିତା )
◆◆◆◆◆◆◆◆◆◆◆◆◆
ଅରଙ୍ଗବାଦ
◆◆◆◆◆◆◆◆◆◆◆◆
ବର୍ଷା
ବଡ ଜିଦଖୋର
ଏ ବର୍ଷା
ଖବର ନାହିଁ
ଅନ୍ତର ନାହିଁ
ବଡ ବ୍ଯସ୍ତ ତା ଜୀବନ
ନା ବୁଝୁଛି
ନା ବୁଝିବାକୁ ଦେଉଛି
ନିଜେ କାନ୍ଦୁଛି
ଅନ୍ଯକୁ କନ୍ଦାଉଛି।
ଦିନ ତ ବର୍ଷାର ନୁହଁ
ଭକ୍ତ କବିଙ୍କ ମାସର ନୁହଁ
ନା ବାରମାସୀ କୋଇଲିରେ
ନୁହଁ ବି ରାଧାନାଥଙ୍କର ବର୍ଷା ରେ
ନା ଅଛି ଉପେନ୍ଦ୍ର ସାହିତ୍ଯରେ
ନା ଅଛି ନନ୍ଦ କିଶୋର
ମାୟାଧର ଇତ୍ୟାଦି କବିଙ୍କ
ଲେଖନୀରେ।
ରୀତି ଯୁଗରେ ନାହିଁ
କି ଗୀତି ଯୁଗରେନାହିଁ
ଅତିବଡି ଭାଗବତରେ ବି ନାହିଁ
ଅଛି ଖାଲି ଆଜିର ପ୍ରୀତିରେ।
ବର୍ଷା ପ୍ରୀତି ଦେଉଛି
ଗୀତି ଗାଉଛି
ଆକାଶକୁ ଚାହିଁଲେ
ଅଦିନ ବର୍ଷା
ନା ଥଳ ଅଛି
ନା କୂଳ ଅଛି ।
ଦେଖ ତ ଆଜିର ବର୍ଷାଟା
କ'ଣ କରୁଛି ?
ହସେଇ ପାରୁଛି
ନା କନ୍ଦେଇ ପାରୁଛି
ହଜେଇ ପାରୁଛି
ନା ନଚେଇ ପାରୁଛି
ଖାଲି ଯାହା ତାଡନା
ନିଷ୍ଠୁର ତାଡନା।
ନା ଅଛି ରୋମାଞ୍ଚ
ନା ଅଛି ପୁଲକ
କାରଣ ବି କିଛି ନାହିଁ।
ରୋମାଞ୍ଚ ପୁଲକ ଉନ୍ମାଦନା
ଉଦ୍ଦିପନା ପାଇଁ
ବାହାନା ବି ନାହିଁ ।
ମନକୁ ବୁଝାଇବା ପାଇଁ
ଟିକେ ମନକୁ ଭିଜାଇବା ପାଇଁ
ସେ କ'ଣ ସୁଯୋଗ ଦେଉଛି ?
ଏତେ କହିଲା ପରେ
ବର୍ଷା ତା ଇଚ୍ଛାକୁ ବଜାୟ ରଖିଛି
ତଥାପି ଆମକୁ ଜବରଦସ୍ତ
ଭିଜିବାକୁ ହେବ
ତା'ସହିତ
ଚାରା ବା କ'ଣ ?
ସନ୍ଧ୍ୟା ବତୀ ଲାଗିଲାଣି
ଘଣ୍ଟ ବି ବାଜିଲାଣି
ଶଙ୍ଖ ଶବ୍ଦ ଘରୁ ଘରୁ
ଭାସି ଆସୁଛି।
ଦୈନନ୍ଦିନ ଜୀବନର
ଚିରାଚରିତ
ରୀତି ନୀତିର ମୋହ।
ଜଗତ କଲ୍ୟାଣ ହେଉ
ବର୍ଷା ଅତି ପରା ସର୍ବତ୍ର ଗର୍ହିତ
ଥମି ଯା
ତୋତେ ଭଲପାଇବା
କମିଯିବନି
ମୀନତି ରଖିବୁ
ତୋ' ଦୁନିଆର କାମରେ
ତୁ ଲାଗିବୁ
ହସିବୁ ହସାଇବୁ
ଦେଖ ନା ଟିକେ ଅଟକିଛୁ
କେମିତି ଆନନ୍ଦର ଲହରି ଛୁଟୁଛି।
ସମସ୍ତଙ୍କ ଭଲପାଇବାକୁ ଗଣ୍ଠିକରି
ଅତୀତକୁ ମନେ ପକାଇ
ଜଗତର ହିତ କର।
ନିବେଦନ କାଳିଆ ପାଖରେ
ରଖୁଛି।