Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

5.0  

Writer Roja Panda

Inspirational

ସତ୍ୟ ହିଁ ପ୍ରକୃତ ବନ୍ଧୁ

ସତ୍ୟ ହିଁ ପ୍ରକୃତ ବନ୍ଧୁ

1 min
7.1K


ବିଚିତ୍ର ଏ ମାୟାର ସଂସାର

ବାସ୍ତବ ବନ୍ଧୁକୁ ଯିଏ ଚିହ୍ନିପାରେନାହିଁ

ବନ୍ଧୁ ଭାବି ନିଏ ସଦା ଆଶ୍ରୟ ମିଛର ।

ବ୍ୟଭିଚାରୀ ହୁଏ ଆଜି ସ୍ୱାର୍ଥପର ନର

ମହାନ ସାଜିଥାଏ ଅପକର୍ମ କରି

ସତ୍ୟ ଭଳି ବନ୍ଧୁତାକୁ ଶତ୍ରୁ ଭାବି ନିଜର ।

କାମନାର ସାଗରରେ ହୋଇ ଉବୁଟୁବୁ

ଭୁଲିଯାଇ ସତ୍ୟ ପଥ ଧାଇଁ ଯାଏ

ମିଛର ଶକ୍ତି ବଳରେ ଲଙ୍ଘିବାକୁ ସବୁ ।

ଆଲିଙ୍ଗନ କରି ଅଧର୍ମକୁ ପ୍ରାଣୀ

ସତ୍ୟର ପଥରୁ ହୁଏ ନିବୃତ୍ତ

ମିଛ ବନ୍ଧୁ ପ୍ରେମେ ପଡି ଜାଣିପାରେ ନାହିଁ କିଏ ବାଟ ଆଉ କେଉଁଟା ଅବାଟ ।

ସତ୍ୟ ହିଁ ପ୍ରକୃତ ବନ୍ଧୁ, ଭୁଲିଯାଏ କରିବାକୁ ବିଶ୍ଵାସ

ମାୟାମୃଗ ପରି ଧାଇଁ ମରୀଚିକା ପଛେ

ନିଜେ ହିଁ ଶେଷେ କରେ ନିଜ କୁଳନାଶ ।

ସତ୍ୟ ସଙ୍ଗେ ବନ୍ଧୁ ବାନ୍ଧି ଗଲେ ସତ୍ୟ ପଥେ

ନଫୁଟିବ ପାଦରେ ତ କଣ୍ଟାଟିଏ କେବେ

ସତ୍ୟ ରାସ୍ତା କଷ୍ଟ ସିନା ଫଳ ତା ଅମୃତ

ତାହାରି ବଳରେ ପ୍ରାଣୀ ପୂଜା ପାଏ ନିତ୍ୟ ।

ସତ୍ୟ ପରି ବନ୍ଧୁ ନାହିଁ କେହି ଏ ମହୀରେ

ଯିଏ କେବେ ସାଙ୍ଗ ଦେବ ମସାଣି ଭୁଇଁରେ

ମୃତ୍ୟୁ ପରେ ମଧ୍ୟ ସତ୍ୟ ସାଙ୍ଗ ଦେଇଥାଏ

ତାହାରି ବଳରେ ପ୍ରାଣୀ ବୈକୁଣ୍ଠକୁ ଯାଏ ।

ରାଜଦ୍ୱାରେ ସତ୍ୟ ଥାଏ,ଶ୍ମଶାନେ ବି ସତ୍ୟ

ପ୍ରବାସେ ବି ସତ୍ୟ ଦିଏ ବଢ଼ାଇ ବନ୍ଧୁତ୍ୱର ହାତ

ସତ୍ୟ ହିଁ ପରମ ତପ , ବନ୍ଧୁତ୍ୱରେ ଶ୍ରେଷ୍ଠ

ଯେତେ ବନ୍ଧୁ ଥିଲେ ଥାଉ, ସତ୍ୟ ବିନା ଜୀବନଟା କଣ୍ଟକିତ ପଥ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ , ନେତାଜୀ ନଗର, ମଧୁପାଟଣା


Rate this content
Log in

Similar oriya poem from Inspirational