Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୦

ଜୀବନ ଗୀତା-୨୦

1 min
13.2K


ଜୀବନ ଛବିଳ ମଧୁବର୍ଣ୍ଣବୋଧ
କେତେ ରଙ୍ଗ କେତେ ରୂପ
କେବେ ବଇଶାଖୀ କେବେ ସେ ଶ୍ରାବଣୀ
ରୂପ ତାର ଅପରୂପ ॥୦॥
 
କେବେ ପୂନେଇଁର ଜହ୍ନଉଠା ହସ
କେବେ ଉଆଁସ ଅନ୍ଧାର
କେବେ ସାତରଙ୍ଗୀ ଇନ୍ଦ୍ରଧନୁ ସେତ
କେବେ ଅଦିନିଆ ଝଡ
କେବେ ଫୁଲଭରା କେବେ ପତ୍ରଝଡା
ଆଈମା'ର ପରୀ କାହାଣୀ କେବେ
ବୁଢୀ ଅସୁରୁଣୀ ଗପ ॥୧॥
 
କେବେ ପୁଣି ନିଦହଜା ଲମ୍ବାରାତି
କେବେ ସେ ମିଠା ସପନ
ଛାଇ ଆଲୁଅର ଲୁଚକାଳି ଖେଳ
ଚାଲଇ ସାରା ଜୀବନ
କେବେ ଖରାତାତି କେବେ ଜହ୍ନରାତି
ପୂଣ୍ୟପଥେ ଚାଲୁଚାଲୁ କେତେପୁଣି
କରେ ଅଜାଣତେ ପାପ ॥୨॥


Rate this content
Log in