Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Bhunya

Abstract

3  

Prasanta Bhunya

Abstract

॥ ଶିଶୁ ଆସନ୍ତା କାଲିର॥

॥ ଶିଶୁ ଆସନ୍ତା କାଲିର॥

1 min
6.7K


ପ୍ରଳୟର ବାଡ଼ବାଗ୍ନୀ,

ଭବିଷ୍ୟତର ପ୍ରଶ୍ନବାଚୀ ଏଠି

ଜଙ୍ଗଲ ଶାସନ ଆଉ

ସବୁ ଅସମାହିତ ପ୍ରଶ୍ନ ଆଜି ।

ଶିକ୍ଷାୟତନେ ଦ୍ରୋଣାଚାର୍ଯ୍ୟ,

ସ୍ୱାସ୍ଥ୍ୟସେବା ଭଗ୍ନରାଜି ସବୁ

ଦେବସ୍ଥାନ, ଦେବଶୂନ୍ୟ,

ଅକ୍ଷରର ଭ୍ରମ ମୁହୂର୍ତ୍ତରେ ।

ଅନ୍ଧକାର ଗର୍ଭୂ,

ଝଙ୍କୃତ ହେଉ ତୋର ସିଂହନାଦ ,

କାଠଘୋଡ଼ା, ଝୁମୁକା

ଆଉ ଘଣ୍ଟିଖେଳର ବିରାମ ।

ଶୈଶବର ବୈପ୍ଲବିକ ପଦକ୍ଷେପର

ହେଉ ମାଙ୍ଗଳିକ,

ବିଦ୍ରୋହର ଜୟଧ୍ୱନିରେ

ସୃଷ୍ଟିହେଉ ତୋ ନୂତନ ଧରା ।

ଶିଶୁ ତୁ, ତୁ ଭବିଷ୍ୟତ,

ତୁ ସର୍ଜ୍ଜନାର ବାର୍ତ୍ତାବହ,

ସମାଜର ନିଷ୍ପେସିତ ଶ୍ରମେ,

ଅଧାଭଙ୍ଗା ରାଜନୀତିର ଗଡ଼େ ।

ଝାଡ଼ିଝୁଡ଼ି, ଉତ୍‌ଫୁଲ୍ଲ ଆବହେ,

ଠେଲିଦେଇ ଧର୍ମନେତା ଦଳେ,

ଖୋଲ ତୋର ଅନ୍ଧର ପୁଟୁଳୀ ,

ଦଳନର ସେ ଚକାଭଉଁରୀ ।

ଅତୀତକୁ ଆଉଡ଼େଇ

ବର୍ତ୍ତମାନରେ କରି ଆକଳନ

ଆଗେଇଚାଲ ହେ ଶିଶୁଗଣ,

ନୂଆ ଏକ ଆସନ୍ତାକାଲିରେ...!


Rate this content
Log in

Similar oriya poem from Abstract