ସୂର୍ଯ୍ୟାଲୋକ
ସୂର୍ଯ୍ୟାଲୋକ
1 min
1.2K
କୁଜ୍ଝଟିକାର ଶ୍ଵେତ ଚାଦରେ
ପଲ୍ଲୀ ଗଲା ଢାଙ୍କି
ଭୋରର ସେହି ସୁନା ଆଲୁଅ
ଦେଲାଣି ଆଜି ଫାଙ୍କି ।
ଉଠିବେନି ରେ ଶଯ୍ୟା ଛାଡ଼ି
ବଧୂ ମନ୍ଦାକିନୀ
ଅଭିମାନେ ନୀରବ ଆଜି
ରୂପସୀ ଆହ୍ଲାଦିନୀ ।
ମାଘ ଶେଷରେ ନିତ୍ୟ ଘନ
କୁହୁଡି ଭରା ପ୍ରାତେ
ଅଳସ ଭାଙ୍ଗି ଉଠନ୍ତି ସେ
ସୂର୍ଯ୍ୟାଲୋକ ସାଥେ -----