Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ସେଦିନର ପଥିକ ମୁଁ

ସେଦିନର ପଥିକ ମୁଁ

1 min
13.2K


ସେଦିନର ପଥିକ ମୁଁ

 

ଆଭାକାନ୍ତ ମହାନ୍ତି

 

ସେଦିନର ପଥିକ ମୁଁ

       ଥକିଗଲି ସଞ୍ଜବେଳେ,

ଖୋଜିଲି ଆସରା ଟିକେ

       ତୁମ ହୃଦ-ପାନ୍ଥଶାଳେ । ୦ ।

 

କବାଟ ଖୋଲି ସ୍ୱାଗତେ

       କହିଲ ଭିତରେ ଆସ,

ସେଦିନ ବିଭୋର ମନ

       ରଖିଲା ସପନେ ଆଶ,

ମାଗିନେଲ ଚୁମାଟିଏ

       ମୋ ସ୍ଥିତିର ସ୍ମୃତି ଛଳେ । ୧ ।

 

ନିରିମଳ ହୃଦେ ମୋର

       ଆଶା-ମଞ୍ଜି ଦେଲ ବୁଣି,

ଜୋଚ୍ଛନାକୁ ସାକ୍ଷୀ ରଖି

       ମାନିଲ ହେବ ମୋ ରାଣୀ,

ଆଜି ଖାଲି ରାତି ଅଛି

       ନାହିଁ ଜହ୍ନ ନଭ କୋଳେ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in