Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ମଲାଜହ୍ନ

ମଲାଜହ୍ନ

1 min
7.2K



କିଏ ତୁମେ ରୂପସୀ ଲଳନା

ଆଖିରେ ଆଖିଏ ତୁମ

ସଜଫୁଟା କଅଁଳ କାମନା

ହୁଅ ପଛେ ଚିହ୍ନା କି ଅଚିହ୍ନା ,

କାହା ପାଦ ଶବ୍ଦ

ନୁପୂର ର ଋଣୁଝୁଣୁ

ମୋ ମନ ଅଗଣାରେ,

ସ୍ମୃତି ବିଜଡିତ ସ୍ବପ୍ନମାନଙ୍କର

ଅବାଧ ପ୍ରବେଶ

ବହଳିଆ ଅନ୍ଧାର ର

ପରସ୍ତ ପରସ୍ତ ଆସ୍ତରଣ

ନିଃସଙ୍ଗ ନିଃଶବ୍ଦ

ଝିଙ୍କାରୀର ଝିଁ ଝିଁ ଶବ୍ଦ

ଚତୁର୍ଦିଗ ଖାଁ ଖାଁ

ଝିପି ଝିପି ବର୍ଷା ର ତାଣ୍ଡବ

କୋହଲା ପବନ ।


କାହିଁକି ଆସିଛ ତୁମେ

ଏ ଘନ ଅନ୍ଧକାରେ

କୋଳାହଳହୀନ ଏ ଜୀବନେ ମୋ

ବହିଗଲାଣି ଅନେକ ତୋଫାନ

ହଜିଗଲାଣି ଅନେକ ଫଗୁଣ

ପୁନେଇର ଫୁଲେଇ ଜହ୍ନ ଟା

ମୁହଁ ମୋଡିଲାଣି

ଅମାବାସ୍ୟା ର କଳା କଳା ଛାଇ

ଧଶେଇ ପଶୁଛି

ମାଟିକୁ ଛୁଉଁଛି ଯାହା

ଅମାନିଆ ଲୁହର ଶ୍ରାବଣ

ଆକାଶ କୁ ଉଠେ ଧୀରେ

ତତଲା ପବନ ।


ଫେରିଯାଅ ଫେରିଯାଅ ତୁମେ

ତୁମ ସ୍ବର୍ଣ୍ଣ ପଂଜୁରିକୁ

ବଶା ବାନ୍ଧି କି ଲାଭ

ଏ ଥୁଣ୍ଟା ବରଗଛଟାରେ,

ଉଡିଯାଅ ଦୂର ଦିଗ୍‌ବଳୟେ

ଭିଜିଯାଅ ମନଇଛା ଯେତେ

ଜହ୍ନ ର ଶୀତଳ ଜୌସ୍ନା ରେ

ଅବା ବସନ୍ତ ର ମଧୁର ବାସ୍ନା ରେ

ହାତ ଠାରି ଡାକେ ତୁମ

କୁହୁକ ମହଲ

ସବୁଜ ନିଳୟ ,

ଜାଣିନି ମୁଁ କିଏ ତୁମେ

ଠିକଣା ତୁମର

ହୁଅ ପଛେ ମଲାଜହ୍ନ

ଅବା ଅସ୍ତରାଗ,

ଫେରିଯାଅ ଫେରିଯାଅ ତୁମେ ।।

----------'--'----

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ

4::8::2018


Rate this content
Log in