ମୁଁ
ମୁଁ
କୋହକୁ ଚାପିଲାବେଳେ ଚାପିହୁଏନି ଲୁହବୁନ୍ଦା
ଟିମା ଟିମା ଗୋଲ୍ ଗୋଲ୍ ହେଇ
ଗଳିପଡେ ଆଖିରୁ, ଭିଜେ କଜଳ, ଗାଲ ଗହିରି
ଯେତେଥର ହସିବାକୁ ଚେଷ୍ଟା କରୁଥାଏ ମୁଁ
ଶୁଭୁଥାଏ ସେତେଥର -
'ତୁ ପାରିବୁନି ଦୁନିଆଁ ସାଙ୍ଗରେ ଆଡ୍ଜଷ୍ଟ୍ କରି' ।
କାହିଁକିନା ମୁଁ ଗୋଟିଏ ନାରୀ !
ଏବେ ଏକୁଟିଆ ଯିବାଆସିବା କି ଅନ୍ଧାର ଗଳି ନୁହେଁ
ଡର ଲାଗେ ମାତୃଗର୍ଭ ହେବାକୁ ପାରି
ସାହାସକୁ ମୁଠେଇ ଚାଲିଲେ ବି
ଘର ବାହାର ମନ୍ଦିର ଚାରିଆଡ଼େ ହଳହଳ ମାଂସ ଶିକାରୀ ।