Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ମିଛ କି ???

ମିଛ କି ???

1 min
6.8K


ବୃଦ୍ଧ ପିତା ମାତା ହୁଅନ୍ତି ହୀନସ୍ଥା

ଥାଇ ନିଜ ପୁଅ ଝିଅ

ପିତା ମାତା ଦୁହେଁ ଜୀଅନ୍ତା ଠାକୁର

କେଉଁ ମୁହେଁ ତେବେ କୁହ ?

ଭାଷଣ ଦେଉଛୁ ସ୍ନେହ ମମତା ଠୁ

ବେଶୀ ମିଠା କିଛି ନାହିଁ

ମୁଖରେ ପୀୟୁଷ ଅନ୍ତରରେ ବିଷ

ରଖୁଛ ତେବେ କି ପାଇଁ ?

ସଭାରେ କହୁଛୁ ଏକତା ହିଁ ବଳ

କରେ ତାହା ଶୃଙ୍ଖଳିତ

ତେବେ କି କାରଣେ ଧନ ଓ ଜୀବନ

ନୁହଁ ଆଜି ସୁରକ୍ଷିତ ?

ବଡ ବଡ କଥା କହୁଥାଉ ଆମେ

କାମବେଳେ ଅଟୁ ହୀନ

ସେଥିପାଇଁ ଆଜି ସ୍ଵାଧୀନ ହୋଇବି

ଲାଗୁଅଛି ପରାଧୀନ

ଚିତ୍ତରଞ୍ଜନ ଲେଙ୍କା ,

କଟକ@


Rate this content
Log in