ସ୍ନେହ ସିକ୍ତ ପାପ
ସ୍ନେହ ସିକ୍ତ ପାପ
ନିରବି ଯାଇଛି ଓଠ
କଥା ସବୁ ଲଟକି ଯାଇଛି
ଶିଆଳି ଲଟାରେ
କୁଂଜ ବନ ଅଂଧାର ଦିଶିଲା,
ଶବ୍ଦ ସବୁ ଆନମନା
କୃଷ୍ଣ ପକ୍ଷ ଅନ୍ଧାରେ ମିଶିଲା ।।
ଆକସ୍ମିକ ଦୁର୍ଘଟଣା କି'
କପାଳ ରେ ଲେଖା ଥିଲା ତୁମ !
ସେଥିପାଇଁ କ୍ଷତ ବିକ୍ଷତ ଶରୀର
ବଦଳେଇ ଦେଲା ତୁମ ନାମ ଧାମ ?
ଏବେ ଏବେ କୃଷ୍ଣ ପକ୍ଷ କାୟା
ଉଭେଇ ଗଲାଣି
ହଟିଲାଣି ଗୋଧୂଳିର ଛାୟା
କୁଂଜବନ ନିପ ମୂଳ
ଜହ୍ନର ଆଲୁଏ
ଦିଶିଲାଣି ତାରା ।।
ହେ ! ଛାଡିଦିଅ -
ଛଳ ଛଦ୍ମବେଶ
ମୋ ପାଖକୁ ଲାଗି ଲାଗି ଆସ ,
ଆଗରୁ ପିନ୍ଧୁ ଥିବା ଝୀନବାସ ପିନ୍ଧ
ଆସ, ନ ବଦଳାଇ ବେଶ ।।
ଜାଣେ ଆଗୋ ଜାଣେ ସହୀ
ନିଜ ସହ ରତି ପାଇଁ
ସାରା ରାତି ଅଣ୍ଟେ ନାହିଁ,
ବୁଡି ରୁହ ପ୍ରିୟା ବିନା ତମେ
ବଂଶୀର ନିସ୍ଵନେ
ହୃଦୟ ଯା ' ହୁଏ ମୋର ଦହୀ ।।
ଏବେ ଏବେ କଥାରୁ କଦମ୍ବ
ହେଲାଣି ତ' କବିତା କୁସୁମ
ତୋଳିନିଅ, ଭୂଇଁରେ ଲୋଟିବା ଆଗୁ
ହେ ମୋର ଅବୁଝା ପ୍ରିୟତମ !
ତମେ ମୋର ସ୍ନେହ ସିକ୍ତ ପାପ
ଅନୁପମ ପ୍ରେମ ।।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
17 th November 2017