ତୁମେ ଆଉ ମୁଁ
ତୁମେ ଆଉ ମୁଁ
ମୋତେ ବି ତ ଜଣା ଥିଲା
ତୁମେ, କେହି ନୁହଁ ମୋର
ତଥାପି ଏ ମନ କାହିଁ
ଭାବିନାହିଁ ପର
ବର୍ଷ ବର୍ଷ କେତେ ରାତି
ଦେଖିଲି ସପନ
କେତେ କେତେ କଲ୍ପନାରେ
ରହିଲି ମଗନ
ଇଚ୍ଛମାନେ ଯେତେ ମୋର
ଆଖି କୋଣେ ଥିଲେ
ତୁମେ ଯିବା ପରେ ସିଏ
ଲୁହ ହୋଇଗଲେ
ଦୋଷ ତୁମ କେବେହେଲେ
ଦେବିନାହିଁ ସଖୀ
ସବୁ ଏ ସପନ ମୋର
ଦେଖିଥିଲା ଆଖି
ଏବେ ଅଲୋଡା ଅସୁଖ ଲାଗେ
ଏମିତି ଜୀବନେ
ତଥାପି ପ୍ରତୀକ୍ଷା ତୁମ
କରେ ମୁଁ ବିଜନେ