Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ଉତ୍କଳ ମଣି ସ୍ମରଣେ

ଉତ୍କଳ ମଣି ସ୍ମରଣେ

1 min
1.8K



ସୁଆଣ୍ଡୋ ଗ୍ରାମର ସତ୍ୟାର୍ଥୀ ତୁମେ ଗୋପବନ୍ଧୁ ନାମ ଧରି,

ଧରାବତରଣ କରିଥିଲ ଆଜ ଅଠରଶ ସତସ୍ତରି ।

ଉତ୍କଳର ଦୁଃଖ ଚରମ ବେଳାରେ ବଢ଼ି ମରୁଡ଼ି ଦାରୁଣ,

ଯଥାର୍ଥରେ ଥିଲ ବ୍ରାହ୍ମଣ ହେଜି ସର୍ବ ଘଟେ ନାରାୟଣ ।

କଂଗ୍ରେସ ଗଂଗା ବୁହାଇ ଉତ୍କଳେ ସ୍ୱାଧୀନତା ସଂଗ୍ରାମ,

ସତ୍ୟବାଦୀର ବନ ବିଦ୍ୟାଳୟ ଜାଳିବାକୁ ଦେଶପ୍ରେମ ।

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓଡିଆ ଭାଷାର ରକ୍ଷା,

ଗୀତା ଅନୁବାଦ କବିତା ରଚନା ଉତ୍କଳେ ମହାଦୀକ୍ଷା ।

ଆପଣା ସନ୍ତାନେ ମରଣକୁ ଦେଇ କୋଟିଏ ସନ୍ତାନ ପାଇଁ,

"ଉତ୍କଳେ ନେତାର ନାହିଁ ପ୍ରୟୋଜନ" ଏପରି କହିବ କାହିଁ !!

ଲୋକ ସେବକ ମଣ୍ଡଳ ତବ ଦେଶର ସମ୍ପଦ ଆଜ,

ମହାଦୃମଟିଏ ହୋଇଅଛି ଆଜି ତବ ହସ୍ତଲିପି "ସମାଜ"।

ପୁଣ୍ୟ ଜନ୍ମଭୂମି ପୁଣ୍ୟ ଦେବାଳୟ ପାଇଁ ତନୁ କ୍ଷୟ ଲାଗି,

ଖୋଜିଲେ ମଣିଷ ଟିଏ ମିଳେନାହିଁ ଆପଣା ସ୍ୱାର୍ଥରେ ମଜ୍ଜି ।

ବିହାର-ଓଡିଶା ବ୍ୟବସ୍ଥାପକ ହେ କେଉଁ ଗୁଣ ବଖାଣିବା,

ନେତା ଆଜି ଶୋଷେ ପଳପଳ ରକ୍ତ ଶିରରେ କର ମାରିବା ।

ଉତ୍କଳ ମଣି ପୁଣ୍ୟାତ୍ମା କବି ସ୍ୱରାଜର ଭାଗୀରଥ,

ପାର ଯଦି ବାରେ ଫେରିଆସି ଦେଖ କି ଦଶାରେ ଜଗନ୍ନାଥ !!


09/10/2018. ବିଶ୍ୱେଶ୍ୱର ମାଝୀ


Rate this content
Log in

Similar oriya poem from Inspirational