Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan Dixit

Abstract Fantasy

2  

Tapan Dixit

Abstract Fantasy

ସ୍ମରପ୍ରିୟା...ସରି ଆସେ ଜହ୍ନରାତି

ସ୍ମରପ୍ରିୟା...ସରି ଆସେ ଜହ୍ନରାତି

1 min
7.0K


ସ୍ମରପ୍ରିୟା,

ଧଳାଜହ୍ନ ହାଇମାରେ

ରାତି ନିରିଜନେ, 

ଶରତଟା ଋତୁମତୀ

ହୃଦୟଟା ବୁଲେ ନିକାଞ୍ଚନେ,

ଆଖିଦୁଇ ଜୁଡ଼ୁବୁଡ଼ୁ 

ଭିଜା ଭିଜା ସପନ ଶିଶିରେ,

ତୁମପାଇଁ ପଥ ଚାହିଁ ଲାଜବନ୍ତୀ

ଅଶାର ଆକାଶି ଗଛେ 

ଫୁଟି-ଝରେ ଫୁଲ ପେନ୍ଥି ପେନ୍ଥି,

ଫକାସି ମୋ ଉଡିଯାଏ 

ସାରାଦେହେ ସ୍ଖଳନର ଶିହରଣ 

ସରି ଆସେ ଜହ୍ନରାତି…..

ମେଞ୍ଚା ମେଞ୍ଚା ନିରନ୍ଦ୍ର ଅନ୍ଧାର ସାଥେ

ଚାରିପଟେ ଲୁହର ସ୍ରବନ୍ତି .. ।। 

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ 

ସ୍ମରପ୍ରିୟା-ରତି

ସ୍ରବନ୍ତି -ନଦୀ


Rate this content
Log in

Similar oriya poem from Abstract