Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Comedy

2  

Pramit Mohapatra

Comedy

ହାଏରେ ମୋର ପାୱାର ଚଷମା – ୧୨

ହାଏରେ ମୋର ପାୱାର ଚଷମା – ୧୨

1 min
7.2K


ମଟର କାରର ଝରକା ଫାଙ୍କ ,

ଚାହଣିକୁ କରି ଅଳପ ବାଙ୍କ,

ନାଲି ଟୁକୁ ଟୁକୁ ଓଠ ସେ ତାର,

ହୃଦୟେ ଟାଣିଲା ପ୍ରେମର ଗାର ।

ଦେଖାଉଛି ସିଏ କେତେ ଯେ ଠାଣି,

ରୂପ ରଂଗ ଦେଖି ଲାଗୁଛି ରାଣୀ ,

ମନକୁ ସହଜେ ନେଉଛି କିଣି,

ପ୍ରେମ ଡୋରରେ ସେ ନେଲାରେ ଟାଣି । ,


କବାଟକୁ ଖୋଲି ରାସ୍ତା ଉପରେ,

ଗୋଡାଟାକୁ ଥୋଇ ଦେଲା ସେ ଧୀରେ,

ନରମିଆ ଗୋଡ଼ ପାଦଟି ଗୋରା,

ଅଳତା ଗାରରେ ଦିଶୁଛି ତୋରା ।

ମଟର କାରରୁ ବାହାରି ଆସି,

ରାସ୍ତା କଡ଼ରେ ସେ ଗଲାରେ ବସି,

ପଚାଶ ଟପିବ ବୟସ ତା’ର,

ଚଞ୍ଚଳେ ଉଡ଼ିଲା ହୋସ ଯେ ମୋର ।

ଝିଅଟି ବସିଛି ଗାଡ଼ି ଭିତରେ,

ହେଲି ମୁଁ ପାଗଳ ମାଆ ପଛରେ,

ହାଏରେ ପାୱାର ଚଷମା ମୋର,

ଶୁଝୁଛି ଋଣ ମୁଁ ଜନ୍ମ ଜନ୍ମର,

ନଦେଖା ଆଉ ଏମିତି ସପନ,

ବେଳ କାଳ ଦେଖି ଭାଙ୍ଗୁଛୁ ମନ ।


ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in