Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Inspirational Abstract

2  

Pranati Mahapatra

Inspirational Abstract

ବାଃ ବାଃରେ ଦୁନିଆଁ

ବାଃ ବାଃରେ ଦୁନିଆଁ

1 min
1.1K


ଅତ୍ୟନ୍ତ ବିକଳେ ଆକୁଳିତ ପ୍ରାଣେ

     ବୁଲିବୁଲି ବାରଦ୍ଵାର,

ମୁଠାଏ ଆହାର, ମୁନ୍ଦାଏ ତୋରାଣି

     ସ୍ଵପ୍ନ ହୋଇଲାଣି ମୋର ।

କାକୁତି ମିନତୀ, ହାତଗୋଡ଼ ଧରି

     ଶିଥିଳ ପ୍ରାୟ ଶରୀର,

ଜୀବନଟା ଆଜି ହାହୁତାସ ମୟ

    (ଦିଶେ) ଚତୁର୍ଦିଗ ଅନ୍ଧକାର।

ହାଏରେ ତୁ ସରକାର,

    ବୁଜିଛୁ କି ଆଖି ତୋର?

ଲକ୍ଷଲକ୍ଷ ଟଙ୍କା କା'ପେଡିରେ ପଶେ

    ତୋ ଯୋଜନା ସବୁ ବେକାର,

ଭିକାରୀ,ଦରିଦ୍ର,ବେକାରୀ ବଢୁଛି

    ଏଠି,ଦୁର୍ନୀତି ଯେ ଭରପୁର।

କେମିତି ହୋଇବ ଦେଶ ଅଗ୍ରଗତି

    ବଢିବେ ଭବିଷ୍ୟ ଗଣ ?

ଦେଶଛାଡି ଯାଇ ବିଦେଶେ ରହନ୍ତି

    କି ଭାବେ ରଖିଛ ପଣ ।   

ସାରାଜନମ ମୋ ଭିକ୍ଷାବୃତି କରି

    ତଥାପି ପୁରେନି ପେଟ ,

ନିଜ ବଢାଣିଆ ,ବାହାବହା ପାଇଁ

    କରେ କିଏ ଏଠି ନାଟ ।

           

ପ୍ରଣତି ମହାପାତ୍ର

ବାଲେଶ୍ୱର


Rate this content
Log in

Similar oriya poem from Inspirational