Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

5.0  

Writer Roja Panda

Inspirational

ଗୁରୁ ଉପାସନା

ଗୁରୁ ଉପାସନା

1 min
6.8K


ଗୁରୁ ଅଟନ୍ତି ପ୍ରଭୁଙ୍କର ଶ୍ରେଷ୍ଠତମ ସର୍ଜନା

ତାଙ୍କ ଦାନ ଅତୁଳନୀୟ, ନାହିଁ ତାର ଉପମା ।

ରହିଥିଲେ ଗୁରୁଙ୍କର ଆଶୀର୍ବାଦ ଶିରରେ

ଦିବ୍ୟଜ୍ଞାନ ମିଳେ ପରା ସଭିଙ୍କୁ ଏ ମହୀରେ ।

ମାର୍ଗଦର୍ଶକ ଭାବରେ ଗୁରୁ ସଦା ପୂଜିତ

ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ପଥ, ସଦା ସୁସଜ୍ଜିତ ।

ଜ୍ଞାନ ସହ ବୁଦ୍ଧି ,ବିବେକ ଆଉ ମାନବିକତା

ଶିଖାନ୍ତି ସେ ସମସ୍ତଙ୍କୁ ରଖିବାକୁ ଏକତା ।

ଗୁରୁ ଶିଷ୍ୟ ପରମ୍ପରା ରହିଅଛି ଯୁଗେ ଯୁଗେ

ପ୍ରାଚୀନ ଠୁ ଆଧୁନିକ,ସମ୍ମାନିତ ସବୁ ଯୁଗେ ।

ଏକଲବ୍ୟ ଛେଦ କଲେ ବୃଦ୍ଧାଙ୍ଗୁଠି ନିଜର

ଗୁରୁଙ୍କ ଦକ୍ଷିଣା ଭାବେ ଦେଲେ ତାହା ସତ୍ୱର ।

ଯୁଗେ ଯୁଗେ ଗୁରୁ ପୂଜ୍ୟ ପାଇଥାନ୍ତି ସମ୍ମାନ

ଗୁରୁ ନିନ୍ଦା କଲେ ନର୍କେ ନମିଳଇ ଆସ୍ଥାନ ।

ଭାବ ବନ୍ଧନେ ବୁଡି ଗୁରୁ ଦିଅନ୍ତି ଆମକୁ ଜ୍ଞାନ

ଆଲୋକର ଉତ୍ସ ହେଇ ଦୂରୀଭୂତ କରନ୍ତି ଅଜ୍ଞାନ ।

ଶିଷ୍ୟ ଯଶ କୀର୍ତ୍ତି ଅଟେ ଗୁରୁଙ୍କର ସମ୍ପତ୍ତି

ଶିଷ୍ୟ ଠାରୁ ପରାଜୟ, ତାଙ୍କପାଇଁ ଅତ୍ୟନ୍ତ ଖୁସି ।

ଗୁରୁ ଆଉ ଶିଷ୍ୟଙ୍କର ଅଦ୍ଭୁତ ଭାବ ସମ୍ପର୍କ

ଶିଷ୍ୟର ବିକାଶପାଇଁ ଗୁରୁ ଉପାସନା ହିଁ ଏକମାତ୍ର ମାର୍ଗ ।

ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା,


Rate this content
Log in

Similar oriya poem from Inspirational