Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ଜୟ ଜବାନ

ଜୟ ଜବାନ

2 mins
6.8K


ରାମାୟଣ ମହାହାରତରୁ ଅଛି ଯୁଦ୍ଧ ଏ ଦେଶ ରକ୍ତେ

ପର୍ଶୁରାମ ଦ୍ରୋଣ କୃପ ଧୃଷ୍ଟଦ୍ୟୁମ୍ନ ଅସ୍ତ୍ର ଧରନ୍ତି ଶକ୍ତେ ।

ସୂର୍ଯ୍ୟବଂଶୀ ରାମ ଚନ୍ଦ୍ରବଂଶୀ ଭୀଷ୍ମ କର୍ଣ ପୁଣି ଅରଜୁନ

ହର୍ଷ ବିକ୍ରମ ଅଶୋକ ଶିବାଜୀ ପୃଥ୍ୱୀରାଜ ଚଉହାନ ।

କ୍ଷତ୍ରିୟ ଏଠି ଚାଷ କରୁ ଥାଇ ଯୁଦ୍ଧ ବିଦ୍ୟା ଶିଖୁଥାଏ

ଶତୃ ଆସିବା ସୁଚନା ପାଇଲେ ଖଡ୍ଗହସ୍ତେ ଉଭାହୁଏ ।

ପଂଚଶୀଳ ନୀତି ଶାନ୍ତିପ୍ରିୟ ବିଶ୍ଵେ ବୃହତ୍ତମ ଗଣତନ୍ତ୍ର

ପଡୋଶୀ ସାଜିଛି ଆଜନ୍ମ ବଇରୀ ଆତଙ୍କବାଦୀ ସର୍କାର ।

ଆରେକ ପଡୋଶୀ ଭୟଭୀତ ଦେଖି ଭାରତର ଜୈତ୍ର ଗାଥା

ସହଯୋଗ ଦେଇ ଶତୃକୁ ଆମର ତେଜାଉଛି ତା'ର ମଥା ।

ଦୁଇଟା ଯୁଦ୍ଧରେ ହାରି ନଆସଇ ଚେତା ଆମ ପଡୋଶୀର

ଆତଙ୍କୀ ମାନଙ୍କୁ ଅସ୍ତ୍ର କରି ସେ ଲିପ୍ତ ଛାୟା ଯୁଦ୍ଧର ।

ତସ୍କରଙ୍କ ପରି ବଂକର କରି ପାହାଡ ଉପର ପଟୁ

ମାଡି ଆସିଲେ ସେ ଦଖଲ କରିବେ କାର୍ଗିଲ ଘାଟିଟାକୁ ।

ବିଯୁକ୍ତ ତାପରେ ଘନ ଅନ୍ଧକାରେ ବୋଫର୍ସ କମାଣ କାନ୍ଧେ

ଶତୃ ଉପରେ ସହଜ ସ୍ଥିତିରେ ବଂକରରୁ ଗୁଳି ବିନ୍ଧେ ।

ଷାଠିଏ ଦିନର ତ୍ୟାଗ ସୈନିକର ଯାଇଥାଆନ୍ତା କି ବ୍ୟର୍ଥ !

ଆତ୍ମବଳି ଦେଇ ଯବାନ ଆମର ପୂର୍ଣକଲେ ମନୋରଥ ।

ଧ୍ୱଂସ କରିଲେ ପାକ୍ ବଂକରକୁ ଗୋଟିକ ପରେ ଆରେକ

ଗୋଡାଇ ମାରିଲେ ଜବାନ୍ ଆମର ଧଇଁଲେ ଶତୃ ସୈନିକ ।

ମୂଷା ପରି ମୁଶାରଫ ପଳାଇଲା ନାଗ ସାପ ଭାରତୀୟ

ଜୟ ଜବାନ୍ ଜୀବନର ପଣ କରି ଦେଶେ ଦିଅ ବରାଭୟ ।

ମା'ର କୋଳ କେ ଶୂନ୍ୟ କରିଛି ଭଗିନୀର ରାକ୍ଷୀ ଝୁରେ

ବାସର ରାତିରୁ କେ ଯାଇଛି ଉଠି ପ୍ରାଣ ପ୍ରିୟା ଝୁରି ମରେ ।

ପରମ୍ ବୀର ଚକ୍ର ଶୌର୍ଯ୍ୟ ଚକ୍ରଟି ମରଣୋତ୍ତର ମିଳେ

ମା କୋଳେ ପୁଅ ଫେରି ଆସେ ନାହିଁ ପ୍ରାଣ ପ୍ରିୟା ବସି ଭାଳେ ।

ଅନେଶତ ଛବିଶ୍ ଜୁଲାଇଟି ପାଳୁ ବିଜୟ ଦିବସ ଭାବେ

ୱାଘା ସୀମାନ୍ତର ତୋଡ ଯେ ଦେଖିଛି ଦେଶ ନିରାପଦ ଭାବେ ।

ବାରଶ ନିୟୁତ ଭାରତୀୟ ଆଜି ସୁରକ୍ଷିତ ତୁମ ଲାଗି

ଜୟ ଜବାନ୍ ଜୟ ଜବାନ୍ ଆମର ଦେଶହିତେ ଥାଅ ଜାଗି । -ବିଶ୍ଵେଶ୍ୱର ମାଝୀ-


Rate this content
Log in

Similar oriya poem from Inspirational