Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

3  

Sudama Lenka

Others

ସ୍ଵପ୍ନ  ନାୟିକା

ସ୍ଵପ୍ନ  ନାୟିକା

1 min
6.9K


ସପନେ ମୋ ଆସୁ ମୋ ପାଖରେ ବସୁ

କରୁ ମୋ ମନରେ ଘର l

ଭୁଲି ପାରୁନି ମୁଁ ସେ ପ୍ରତିମା ଛବି

ମନେ ରହିଗଲା ମୋର ।

ସେ ଅନ୍ଧାର ରାତି ସେ କୋମଳ ତାତି

ଜାଣିନି କେତେ ମଧୁର l

ଏତିକି ଜାଣିଛି ପ୍ରିୟାକୁ ଜିଣିଛି

ଜିଣିଛି ପ୍ରେମ ନଅର ।

ସାକ୍ଷୀ ରହିଲା ସେ ଅମାବାସ୍ୟା ରାତି

ରହିଲା ସେ ଜହ୍ନ ପ୍ରୀତି l

ଅଲିଭା ଛବିଟି ଆଖିରେ ନାଚୁଛି

ଲାଗୁନାହିଁ ଖରା ତାତି ।

କେତେ ଯେ ନିର୍ଜନ ସେ ସପନ ରାତି

ଜାଣେନା କେତେ ନିଜର l

ସଞ୍ଜ ସକାଳେ ମୁଁ ଭାଳି ବସୁଅଛି

ପାଉନି ତା'ର ଖବର ।

ଖୋଜୁଛି ଖୋଜିବି ସେ ଅଭୁଲା ଛବି

ଲାଗୁ ପଛେ ଦିନ ବାର l

ଦିନେ ମୁଁ ପାଇବି ଖୋଜିକି ଛୁଇଁବି

ରଖିଛି ପ୍ରେମ ପୟର ।


Rate this content
Log in