Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୨୯୩

ଜୀବନ ଗୀତା-୨୯୩

1 min
383


ଏ ଜୀବନ କେବେ ଟୋପାଏ ଅଶ୍ରୁ

କେବେ ଚେନାଏ ହସ

ଏ ଜୀବନ କେବେ ବୁନ୍ଦାଏ ସୁଧା

କେବେ ଚଳୁଏ ବିଷ ॥୦॥

ସପନ କେବେ ସରିଯାଏ ସବୁ

ରାତି ତ ପାହେନାହିଁ

ସୁଆଦ କେବେ ମରିଯାଏ ସବୁ

ଭୋକ ତ ମରେନାହିଁ

ଏ ଜୀବନ କେବେ ଦୁଆତେ ଦୁଃଖ

କେବେ ମୁଠାଏ ତୋଷ ॥୧॥

ସଂଗୀତ କେବେ ସରିଯାଏ ସିନା

ମୂର୍ଚ୍ଛନା ମରେନାହିଁ

ଉଚ୍ଛ୍ୱାସ ସବୁ ମରିଯାଏ ସିନା

ଜୀବନ ସରେନାହିଁ

ଏ ଜୀବନ କେବେ ଆଞ୍ଜୁଳେ ହର୍ଷ

କେବେ ପୁଳାଏ ପ୍ରାସ ॥୨॥


Rate this content
Log in