Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Writer Roja Panda

Others

2  

Writer Roja Panda

Others

ସାନୁ ତୁମକଥା ମନେପଡେ

ସାନୁ ତୁମକଥା ମନେପଡେ

1 min
6.8K


ଚୁପଚାପ କେବେକେବେ ,ଏକା ଏକା ନିରୋଳାରେ,

ସାନୁ ତୁମକଥା ଭାରି ମନେପଡେ,

ଚୁପଚାପ କେବେକେବେ ,ଏକା ଏକା ନିରୋଳାରେ ।


ତୁମେ ଥିଲ ପରା ମୋର ମନ ଆକାଶର ଜହ୍ନ

ତୁମ ସାଥେ ହସି ହସି କଟିଥିଲା କେତେ ଅସରନ୍ତି ଦିନ ,

ଆଜି ସ୍ମୁତି ହୋଇ ଖେଳେ ଆକ୍ଷିରେ,

ମନ ଖୋଜେ ପୁଣି ଫେରିବାକୁ

ସେଇ ଦୁନିଆକୁ ଆଉଥରେ ।


ତୁମ ବାସ୍ନା ଆଜିବି ମୋ ଚାରିପାଖେ ଖେଳେ ଲହରୀ,

ତୁମ ସ୍ପର୍ଶ ପାଇବାକୁ ଝୁରିହୁଏ

ପାଗଳିନୀ ପରି ।


ରିମଝିମ ରିମଝିମ ସେଇ ଶ୍ରାବଣର ବର୍ଷା ରାତିରେ,

ଇଛାହୁଏ ପୁଣି ଭିଜିବାକୁ

ତୁମ ସହ ବିଜୁଳିର ଚିକମିକ ଆଲୁଅ ସାଥିରେ ।


ମନକହେ ପୁଣିଥରେ ଫେରିବାକୁ ସେଇ ଫୁଲ ବଗିଚାରେ,

ଆତ୍ମା କହେ ଆଉଥରେ ଘର କରି

ରହିବାକୁ ତୁମ ହୃଦୟରେ,

ଚୁପଚାପ କେବେକେବେ, ଏକା ଏକା ନିରୋଳାରେ

ସାନୁ ତୁମକଥା ଭାରି ମନେପଡେ ।



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର

ମଧୁପାଟଣା

କଟକ


Rate this content
Log in