Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୩୯

ସନେଟ -୩୯

1 min
6.6K


ମମାନ୍ତେ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ପ୍ରାଣ-ତରୀ କାଳ-ସିନ୍ଧୁ କୂଳେ ଲାଗିଲାଣି

ବାହି ବାହି ତନୁ ମନ ଅବଶ ହେଲାଣି ।।

ପ୍ରିୟତମେ ! ଦିଅ ଗଳେ ମଙ୍ଗଳ ମନାସି

ସ୍ୱହସ୍ତ ଗ୍ରଥିତ ମାଳା ଯିବି ହସି ହସି ।।

ନ ଜାଳ ପ୍ରମୋହ-ଦୀପ ହୃଦୟ-ମନ୍ଦିରେ

ଲଭିବ ସେ ତ ଜୀବନ-ସଳିତା ସରିଲେ ।।

ମାନସ-ସରେ ଫୁଟିଛି ଯେଉଁ ହର୍ଷ-ଅବ୍ଜ

ଲୁଟିବ ଦେଖ ଆସୁଛି ଦିବ୍ୟ-ଗଜରାଜ ।।

ଚାହିଁ ବସିଥିଲି ପଥ ଏହାଙ୍କ ଜୀବନେ

ଯାଉଛି ବିଦାୟ ଦିଅ ତାଙ୍କ ନିମନ୍ତ୍ରଣେ ।।

ପାରିବନି ବାନ୍ଧି ମୋତେ ପ୍ରେମ ଡୋରେ ସହି !

ଯାଦୁକର ସେ ଯେ ଦେବ ଅକ୍ଲେଶେ ଫିଟାଇ ।।

ନ ବର୍ଷାଇବ ଲୋତକ ପ୍ରାଣେ ହେବ କ୍ଳେଶ

ସଦଗତି ଶାନ୍ତି ଦେବାକୁ ଭଜିବ ସୁରେଶ ।।


ସମାପ୍ତ


Rate this content
Log in