Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

କ୍ଷୋଭ

କ୍ଷୋଭ

1 min
119


ଇଛାହେଲେ ଲେଖିବାକୁ କବିତା କି ଗପ

ଖୁଣ୍ଟିବସେ ବକବକ କରୁଥିବା ଶବ୍ଦରୁ ପୁଳାଏ

ପ୍ରବଳ ପ୍ରତିବାଦୀ ଚରିତ୍ରଟେ ଗଢି

ଦୌଡାଏ ସେମାନଙ୍କୁ ଅବିଶ୍ରାନ୍ତ

ଖରା,ବର୍ଷା, ଶୀତ, କାକର ରେ

ସକାଳରୁ ସଞ୍ଜ ଆଉ ସଂଜରୁ ସକାଳ 

ଯାଦୁମନ୍ତ୍ର ବଶୀଭୂତ ହେଇ

ଦିନରେ ସୁଧାର ମେଣ୍ଢା 

ଓ ରାତି ରେ ଭେଣ୍ଡା ସାଜୁଥିବା

ବିପନ୍ନ ଏ ସମାଜ ପଛରେ।


ଆତ୍ମସତ୍ତା ବିସ୍ମୃତ 

ବେଚାରା ମଣିଷ ମାନେ 

ଭୀଷ୍ମ ପରି ବଦ୍ଧପରିକର

ଆଜୀବନ ଗୋଲାମ ସାଜି

କେବଳ ହୁକୁମ ମାନିବାକୁ,

ସବୁତକ ପରିଲାପଣକୁ ଗୋଟେଇ

'ହଁ' ରେ 'ହଁ' ଆଉ 'ନା' ରେ 'ନା' ଜୋଖି

ସ୍ୱାର୍ଥୀ ପ୍ରଭୁର ସ୍ବପ୍ନକୁ ସାକାର କରିବା ପରେ

ବରିବାକୁ ପ୍ରଭୁଦତ୍ତ ଦୟାମୃତ୍ୟୁ 

ପରମାନନ୍ଦରେ

ସଯତ୍ନେ ସାଇତି ଦେଇ ଏ ଜନ୍ମର

ତଥାକଥିତ ପ୍ରଭୁଭକ୍ତିର ପୁଣ୍ୟଫଳ ତକ

ଭୋଗିବାକୁ କଳ୍ପିତ ସ୍ଵର୍ଗରେ 

ନତୁବା, ଆଗାମୀ ଜନ୍ମରେ।


ଏ ଜନ୍ମରେ ଦୁର୍ଲ୍ଲଭ ଏ ଜୀବନର 

ସମୁଦାୟ ମାଲିକାନା ସତ୍ତ୍ୱ କୁ ସେମାନେ

ହାତକାଟି ଲେଖିଦେଇଛନ୍ତି

ସେମାନଙ୍କ ବିକଳପଣ କୁ ତଉଲି

କେବେ ତାଙ୍କ ଭୋକିଲା ପେଟକୁ

ଫିଙ୍ଗିଦେଇ ସମ୍ମୋହକ ଦାନା ମୁଠେ 

ନିଜକୁ ଈଶ୍ୱର ସଜେଇଥିବା

ମାୟାବୀ ଦାନବଙ୍କ ନାଁ'ରେ।


କିଞ୍ଚିତ ଯଥାର୍ଥ ଲାଗେ ତାଙ୍କ ଯୁକ୍ତି

କୁହନ୍ତି ଯେତେବେଳେ ଆତ୍ମବିଶ୍ୱାସୀ ହେଇ

ବିଲକୁଲ ବିପନ୍ନ ନୁହଁନ୍ତି ସେମାନେ

ସମ୍ପନ୍ନ ଯେହେତୁ ତାଙ୍କ ଇଶ୍ୱରମାନେ

କଳ, ବଳ ଏବଂ କୌଶଳରେ।


ଥକିଯା'ନ୍ତି ଶବ୍ଦମାନେ,

କ୍ଳୀବତ୍ଵ ବରଣ କରନ୍ତି

ପ୍ରତିବାଦୀ ଚରିତ୍ରମାନେ ;

ସବୁକିଛି ଚାଲେ ରୀତିମତ 

ସମୟର ପୁରୁଣା ସେ ଶଗଡ଼ ଗୁଳା ରେ,

ତଥାପି ମୋ ଲେଖନୀର ଗାର

ବେଳକୁ ବେଳ ଲମ୍ବି ଚାଲୁଥାଏ

ଗରୀବ ବାପର ବଢିଲା ଝିଅଟେ ପରି,

ଆତ୍ମହତ୍ୟା କରିଥିବା ଚଷାର

ଲମ୍ବା ଗର୍ଦ୍ଦନ ଆହୁରି ଲମ୍ବିଲା ପରି,

ପାକିସ୍ତାନ ଜେଲରେ ଶଢ଼ିଶଢି

ପଳପଳ ମରିବା ଭିତରେ

ବିବଶ କୂଳଭୂଷଣର 

ଭିଟାମାଟିକୁ ଫେରିବାର ସ୍ୱପ୍ନ ପରି,

ପେଟପିଠି ତାଡନାରେ

ଦେହକୁ ଏବେଏବେ ପୁଞ୍ଜି କରିଥିବା

ସରଳ ଗାଁଉଁଲୀ ଝିଅଟା

ଆଗକୁ ପାଦଟେ ବଢ଼େଇ

ପଛକୁ ଦି'ପାଦ ଫେରେଇ ଆଣିବା ପରି।


ଖୁଉବ ବେଶି ବ୍ୟତିବ୍ୟସ୍ତ ଲାଗେ,

ଅସ୍ତବ୍ୟସ୍ତ ହେଇଯାନ୍ତି 

ସନ୍ତାନ ସମ୍ଭବା ଯେତେ ସାରା ଶବ୍ଦ,

ବିଦ୍ରୋହୀ ଚରିତ୍ରମାନେ ବାଧ୍ୟ ହୁଅନ୍ତି

ନିଜ ରକ୍ତ ନିଜେ ପିଇବାକୁ।

ଲମ୍ବୁଥିବା ଲେଖନୀର ଗାର

ସମ୍ପୁର୍ଣ୍ଣ ଲମ୍ବିବା ଆଗରୁ

କେହିଜଣେ ନିରୁଦିଷ୍ଟ ହେଇଯାଏ

ଅଚାନକ ମେଣ୍ଢାଙ୍କ ମେଳରେ-

ସମ୍ଭବତଃ, ମୁଁ ସେଇ କବି ଓ ଗାଳ୍ପିକ,

କଲମ ମୂନ ମନ୍ତ୍ର ବଳେ

ମଣିଷକୁ ମଣିଷ କରିବାର 

ଦୁର୍ବାର କାମନା ଯା'ର

ଶେଷହୀନ ଶୋଷ ହେଇ ରହେ

ପରାକ୍ରମୀ କଲମ ମୂନରେ।।



Rate this content
Log in