Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanista Kishore Sahu

Inspirational

3  

Kanista Kishore Sahu

Inspirational

ମାଟି ପାଣି ପବନ

ମାଟି ପାଣି ପବନ

1 min
6.7K


ଟିକି ଟିକି ଧୂଳି କଣାରେ ଗଢ଼ା ଆମ ଏ ମାଟି,

ବନ ଉପବନ ପ୍ରାନ୍ତର ସବୁ ଏହାର ସୃଷ୍ଟି ।

କେତେ ଯୁଗ ଠାରୁ ହୋଇଛି ଗଢ଼ା ଆମ ପାଇଁ କି,

ଜୀବନ ଜୀବିକା ଦେଇଛି ସାରା ବିଶ୍ୱବାସୀ କି !

ଆମ ଏ ଧରଣୀ ରାଣୀର ବଡ଼ ଭାଗ ତ ଜଳ,

ଲୁଣିଆ ସବୁଠି ସମୁଦ୍ର ମିଠା ନଈ କି ନାଳ ।

କଳ କାରଖାନା ସକଳ ଜଳ ଯୋଗୁଁ ଚଳଇ,

ଏହାର ବିହୁନେ ଜୀବନ ଅସମ୍ଭବ ଅଟଇ ।

ଖାଦ୍ୟ ଓ ଜଳର ବିହୁନେ କିଛିଦିନ ବଞ୍ଚିବ,

ପବନ ଅଭାବେ ନିମିଷେ ଜୀଇଁବା ଅସମ୍ଭବ ।

ପ୍ରକୃତିର ମହାଦାନ ଏ ଜୀବ ଜଗତ ପ୍ରାଣ,

ଦୁର୍ଲଭ ଦ୍ରବ୍ୟ ନୁହେଁ କି ମାଟି ପାଣି ପବନ ।


Rate this content
Log in