Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Inspirational

2  

Padmalaya Mishra

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
6.9K


କାହାନ୍ତି ପିଲା

କାହିଁ ପିଲାଦିନ

ଶିଶୁ ଦିବସର

ନାହିଁ ପ୍ରୟୋଜନ ।

କିଏସେ ଚୋରେଇ ନେଲା

ବାଳୁତ ବୟସ

ଚପଳାମି ନେଇ

ନେଲା ଯେ ହରଷ ।

ମା ହାତରନ୍ଧା

ନରୁଚଇ ଆଉ

ପିଜା ବରଗରର

ବଢ଼ିଲାଣି ଭାଉ ।

ପୁଚି ଖେଳ ଦଉଡିଡିଆଁ

ହେଲାଣି ସପନ

ଭିଡ଼ିଓ କଲ୍ ଚାଟିଂର

ଚାଲିଛି ଫେଶନ ।

କବାଡ଼ି ଡୁ ଡୁ ଖୋଖୋ

ହରାଇ ଚମକ

କ୍ରିକେଟ ଫୁଟବଲ୍

ହେଲାଣି ରୋଚକ ।

ଟିଭି ଆଗେ ଯେତେ ଭିଡ଼

ଖେଳ ପଡ଼ିଆରେ ନାହିଁ

ଲାପଟପ୍ ମୋବାଇଲ୍

ନେଲା ପିଲାଙ୍କୁ ଚୋରେଇ ।

କେମିତି ଫେରିବ ପିଲାଦିନ

କରିବା କି ଯତନ

ଖେଳକୁଦେ ଦାଣ୍ଡ କମ୍ପି

କମ୍ପିବ ଗଗନ ।


ପଦ୍ମାଳୟା


Rate this content
Log in