Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujat Kumar Sahoo

Fantasy

2  

Sujat Kumar Sahoo

Fantasy

ଆସିବ ମୋ ପ୍ରିୟା

ଆସିବ ମୋ ପ୍ରିୟା

1 min
1.3K


ଶତ ବସନ୍ତର ମଳୟ ସମୀର 

ବହୁଥାରେ ଥିରି ଥିରି ।

ନଈ ସେପାରିରେ ମୋ ପ୍ରିୟା ଘର..

ଆସିବ ମନରେ ଉଚ୍ଚାଟ ଭରି ।

କୁଆଁ ତାରା ପରି, ତାରାଟିଏ ସିଏ,

ପୁନେଇଁ ରାତିର ଜହ୍ନ ।

ମୋ ପୀରତି ଘର, ପସରାଟିଏ ସେ,

ମୋ ହୃଦୟ ,ହୃଦ ସ୍ପନ୍ଦନ ।

କୋଇଲି କରୁଛି ତାନ,

ମୋ ମନ, ହୁଏ ଉଚ୍ଛନ୍ନ,...

ଅପଲକ ନେତ୍ରେ ଅନାଇ ଅଛି,

ଆସିବ ମୋ ପ୍ରିୟା... ଆସିବ,

କଥା ଦେଇ ମୋତେ, ସିଏ ଯାଇଛି ।

ଦିନ ଯାଇ ଯେବେ, ସାୟାହ୍ନ ହେବ,

ମଧୁର କୋକିଳ ଗାନ କରିବ,

ସେପାରିରୁ ପ୍ରିୟା ଆସିବ ଚହଟି,

ବାହୁ ବନ୍ଧନରେ ଯିବ ମୋ ଲୋଟି ।

________________::_______::_________

     ସୁଜାତ ------ - --25-10-2017---


Rate this content
Log in

Similar oriya poem from Fantasy