Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବୈଶାଖି ଝଡ଼

ବୈଶାଖି ଝଡ଼

1 min
6.8K


ସୁଷ୍ମିତା ମିବୈଶାଖି ଖରା ତାତିଗଲା ପରା ,

ବାଟଘାଟ ବିଲ ପଡ଼ିଆ

ମିଳିଲାନି ପାଣି ଶୁଖିଗଲା ସବୁ ,

ନଈନାଳ , କୂଅ ଗାଡ଼ିଆ ।

ଥକା ମାରିବସେ ବାଟୋଇ ଭାଇଟି ,

ଝଙ୍କା ବରଗଛ ମୂଳେ

ପାଣିଟିକେ ପାଇଁ ରହିଥାନ୍ତି ଚାହିଁ ,

ଗୋମୁମାନେ ନଈକୂଳେ ।

ଶୋଷେ ଛଟପଟ ପଶୁପକ୍ଷୀ ମାନେ ,

ଖରାରେ ହେଲେଣି ହତାଶ

ଉପରବେଳାରେ ଦାଉ ସାଧୁଥାଏ ,

କାହୁଁ ଆସି ବୈଶାଖି ବତାଶ ।

ପାଦ ପୋଡ଼ିଯାଏ ନଈ ବାଲିରେତ ,

ନିଛାଟିଆ ଖରାବେଳରେ

ଖେଳେ ମାତିଥାନ୍ତି ତଥାପି ପିଲାଏ ,

ତୋଟା ତଳେ ସାଥି ମେଳରେ ।

ଭଲଲାଗେ ଭାରି ଥଣ୍ଡାପାଣି ,

ଲସି , କାକୁଡ଼ି , ତରଭୂଜ , ଦହି ପଖାଳ

ଭଲ ଲାଗ ନାହିଁ ତାତିପାଇଁ ରାତି ,

ଦିନ ଅବା ସଞ୍ଜ ସକାଳ ।

ଖାଇବା ପିଇବା ଶୋଇବା ରହିବା ,

କେଉଁଥିରେ ଶାନ୍ତି ନାହିଁତ

ବୈଶାଖି ଖରା ଖରାପ ଲାଗଇ ,

ଏହି କେତେ କଥା ପାଇଁତ ।


Rate this content
Log in