ମୋ ଗାଁରେ ଶୀତ ସକାଳ
ମୋ ଗାଁରେ ଶୀତ ସକାଳ
1 min
7.1K
ଶୀତ ଆସିଲା ପରେ
ମୋ ଗାଁର ସକାଳ
ନିଆରା ନିଆରା ଲାଗୁଛି ।
ରାସ୍ତା କଡରେ ନିଆଁ ଲଗେଇ
ତାର ଚାରି ପାଖରେ
ବସି ଯାଉଛନ୍ତି ପିଲାଠାରୁ
ବୁଢା ପର୍ଯ୍ୟନ୍ତ ।
ଘାସ ଉପରେ ପଡିଥିବା
କାକର ବିନ୍ଦୁ ଗୁଡିକ
ସତେ ଯେମିତି ମୁକ୍ତା ସମ
ଝଲସି ଯାଉଛି ।
ଅନ୍ଧାର ପରି ମାଡି ଆସୁଥିବା
କୁହୁଡିକୁ ଯେବେ ସୂର୍ଯ୍ୟଙ୍କର
ପ୍ରଥମ କିରଣ ସ୍ପର୍ଶ କରୁଛି
ଏକ ଅତୀବ ମନୋରମ
ଦୃଶ୍ୟର ପ୍ରତିଫଳନ
ଧରଣୀ ପୃଷ୍ଟକୁ ମିଳି ଯାଉଛି ।
ଶୀତ ସକାଳର ସୁଲୁ ସୁଲୁ ବାଆ
ଦେହରେ ଖେଳାଇ ଦେଉଛି
ଏକ ମିଠା ଶିହରଣ ।
ଗଛର ପତ୍ରରୁ ଟିପ ଟିପ୍
ହୋଇ ଝରି ପଡୁଥିବା
କୁହୁଡ଼ିର ଟୋପା
ମନକୁ ମତୁଆଲା କରି ଦେଉଛି ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର