Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ବୃଦ୍ଧ କାଳେ ବାଲ୍ୟଲୀଳା

ବୃଦ୍ଧ କାଳେ ବାଲ୍ୟଲୀଳା

1 min
6.9K


ବୃଦ୍ଧ କାଳେ ବାଲ୍ୟଲୀଳା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଦର୍ଶନ ମାତ୍ରେ ସୁନ୍ଦରୀ ନାରୀ

ଏ ବୟସରେ ହେଉଛି ଘାରି

ମଥାରୁ ଛପର ଯାଇଛି ଉଡ଼ି

ପାଟିରେ ନାହିଁ ଦାନ୍ତ କି ମାଢ଼ି

ମାଉଁସ ଝୋଳକୁ ଦିଏ ହାପୁଡ଼ି

ବାରେନା ସେ ଯେ ଟୋକୀ ହେଉ କି ବୁଢ଼ୀ

ବରଡ଼ା ପତ୍ର ପରି ଥରହର

ବ୍ୟାଟିଙ୍ଗ୍ କରିବାକୁ ତରତର

ଏଲ୍.ବି.ଡବ୍ଲୁ. ନିୟମ ଯାଉଛନ୍ତି ଭୁଲି

ୱିକେଟ୍ ଜଗିଛନ୍ତି ଘେରି ଖାଲି

ସମ୍ଭାଳିପାରୁ ନାହାନ୍ତି ବୋଲିଂ ପ୍ରେସର

ହିଟ୍ ଉଇକେଟ୍ ହେଉଛନ୍ତି ଥରକୁ ଥର

ବୁଢ଼ା ବୟସରେ ହନୁ ଡେଇଁବା ଛାଡୁଛି

ସେଞ୍ଚୁରୀ ମାରିବା ନିଶାରେ ଦୌଡୁଛି

କରାଉଛନ୍ତି ଫେସ୍ୱାସ୍ ଆଉ ବ୍ଲିଚିଙ୍ଗ୍

ଯେପରି ଛୋଟପିଲାଙ୍କୁ କୋଚିଙ୍ଗ୍

ଅଜା ବୟସରେ ନେଉଛନ୍ତି ମଜା

ବିନା ତାଳରେ ବଜାଉଛନ୍ତି ବାଜା

ପାଉନାହିଁ ଆଉ କେଉଁଠି କାତ

ପିଠି ଆଉ ଗାଲରେ ମାରୁଛନ୍ତି ହାତ

କେଉଁଠି ଖସୁଛି ଗଳି ବାଟ ଦେଇ

କେଉଁଠି ବସୁଛି ନାତ

ବୃଦ୍ଧ କାଳେ କରେ ବାଲ୍ୟ ଲୀଲା ସେ ଯେ

ଛାଡ଼ିଦେଇ ବୁଢ଼ୀ ହାତ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy