Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୦୦

ଜୀବନ ଗୀତା-୪୦୦

1 min
194


ଜୀବନରେ ସନ୍ଥ ହେବା ଜମା

ବଡ କଥା ନୁହେଁ

ମଣିଷ ପରି ମଣିଷ ହେବା

ବଡ କଥା ଟିଏ ॥୦॥

ସାଧୁସନ୍ଥ ନୁହେଁକି ନୁହେଁ ସଇତାନ

ସାଧାରଣ ଜନତା ଅଟେ ମୂଲ୍ୟବାନ

କୃଷିକର୍ମ କରି କୃଷକ ଭାଇ

ସଂସାରକୁ ଦିଏ ଅନ୍ନ ଯୋଗାଇ

ଏଇ ଦୁନିଆରେ ତାହାଠାରୁ

ମହତ ବା କିଏ ॥୧॥

ସୀମାରେ ପହରା ଦିଏ ସୈନିକ

ସେଥିପାଇଁ ଦେଶବାସୀ ନିଦକ

ଯେଝା କର୍ମ ଯେଝା କରିଯାଆନ୍ତି

ସେଥିପାଇଁ ସିନା ଜଗତେ ଶାନ୍ତି

ସାଧାରଣ ମଣିଷର କର୍ମ

ସଦା ବଡ ହୁଏ ॥୨॥


Rate this content
Log in