Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debabrata Barik Debunu

Romance Fantasy

3  

Debabrata Barik Debunu

Romance Fantasy

ସମ୍ଭାବନା ତୁମେ

ସମ୍ଭାବନା ତୁମେ

1 min
353


ସମ୍ଭାବନା ତୁମେ

ଅଳକାପୁରୀର ବଳକା ପୀରତି ଛୁଆଁ

ସମ୍ଭାବନା ତୁମେ

ପୋହଳାଦ୍ଵୀପର ନିରୋଳା ନିବିଡ଼ ନିଆଁ

ସମ୍ଭାବନା ତୁମେ

ଦୂର ଦିଗନ୍ତର ଆକାଂକ୍ଷୀତ ପ୍ରେମ ଦରଜ

ସମ୍ଭାବନା ତୁମେ

ନିଅଣ୍ଟ ରାତିର ଶୋଇଲା ପୂର୍ବର ମଉଜ

ସମ୍ଭାବନା ତୁମେ

ପାଗଳ କବିର କବିତାର ସାଧା କାଗଜ

ସମ୍ଭାବନା ତୁମେ

ଛୁଇଁଲେ ଲାଜେଇ ଭିଡିଦେଲେ ଭାରି ସହଜ

ସମ୍ଭାବନା ତୁମେ

ପଢିଦେଲେ ଗଳ୍ପ ଗଢିଦେଲେ ହୁଅ ମୂର୍ତ୍ତୀ

ସମ୍ଭାବନା ତୁମେ

ଦେଖିଦେଲେ ଦେହ ପରଶିଲେ ହୁଅ ପ୍ରୀତି

ସମ୍ଭାବନା ତୁମେ

ତୁମ ହିସାବରେ ସେମିତି ହିଁ କିଛି ନୁହେଁ

ସମ୍ଭାବନା ତୁମେ

ଯଦି କିଛି ନୁହେଁ, କିଛି କିଛି କାହିଁ ହୁଏ ?


Rate this content
Log in