Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଆ କୀଳା

ଆ କୀଳା

1 min
6.8K


ଆ କୀଳା

 

ରାଜେଶ କୁମାର ଜୈନ୍ (ଶାନ୍ତି ରାଜେଶ)

 

ବନ୍ଧୁବାନ୍ଧବଙ୍କୁ ଋଣ ଦେବା

ବାହା ହୋଇ ବାହାରେ ସଂପର୍କ ରଖିବା

ନିଜ ସ୍ତ୍ରୀ ଆଗରେ ପଡ଼ୋଶୀ ସ୍ତ୍ରୀର ପ୍ରଶଂସା କରିବା

ମିଡ଼ିଆ ବାଲାଙ୍କ ସହ ଶତ୍ରୁତା କରିବା

       ଆ କୀଳା ।

 

ବିନା ଲାଇସେନ୍ସରେ ଗାଡ଼ି ଚଳେଇବା

ଇଣ୍ଟରନେଟ୍ ପରିଚୟପତ୍ରରେ ବାହା ହେବା

ନିଜ ସାଇପଡ଼ିଶାରେ ଆଳିଆ ଆବର୍ଜନା ଜମା ହେବା

ପୁରୁଣା ଗାଡ଼ି ଶସ୍ତା ଭାବି କ୍ରୟ କରିବା 

       ଆ କୀଳା ।

 

ବୟସ ଆଗରୁ ପିଲାଙ୍କୁ ସ୍କୁଟି, ମୋବାଇଲ୍ ଦେବା

ମାମୁଁଙ୍କୁ ଘର ଭଡ଼ାରେ ଦେବା

ସୁନ୍ଦରୀ ଯୁବତୀକୁ ଚାକରାଣୀ ରଖିବା

ବିଲଡରଙ୍କ ଠାରୁ ଜମି କିଣିବା

       ଆ କୀଳା ।

 

ବସଙ୍କ ସାମନାରେ ଜ୍ଞାନ ପ୍ରଦର୍ଶନ କରିବା

ବୁଢ଼ା ବୟସରେ ବାହା ହେବା

ଅଜଣା ବ୍ୟକ୍ତି ପାଇଁ ଜାମିନଦାର ହେବା

ଘରଜ୍ୱାଇଁ ହୋଇ ରହିବା

       ଆ କୀଳା ।

 

ଯୁବତୀଙ୍କୁ “ଆଣ୍ଟି” ବୋଲି ସମ୍ବୋଧନ କରିବା

ଚୋର ତସ୍କର ସାଙ୍ଗେ ବନ୍ଧୁ ବାନ୍ଧିବା

ପୁତ୍ର ଲାଭ ନିଶାରେ ବାବାଙ୍କ ଶରଣକୁ ଯିବା

ନିଶା ଦ୍ରବ୍ୟ ଖାଇ ଗାଡ଼ି ଚଳେଇବା

              ଆ କୀଳା ।

 

ଏକାଧିକ ସନ୍ତାନ ଜନ୍ମ କରିବା

ମେଣ୍ଟାଲ୍ ହସ୍ପିଟାଲର ପ୍ରେସିଡେଣ୍ଟ ହେବା

ବ୍ୟାଙ୍କ କର୍ମଚାରୀ, ପୋଲିସ୍, ଡାକ୍ତର

       କାମଛାଡ଼ ଆନ୍ଦୋଳନ କରିବା

ଅଚିହ୍ନା ଲୋକକୁ ଘରେ ଚାକର ରଖିବା

              ଆ କୀଳା ।

 

ବାରବୁଲାଙ୍କୁ ଘରେ ଡାକି ସୁନା ରୁପା ଉଝୁଳେଇବା

କୁଣିଆମାନଙ୍କୁ ବେଶିଦିନ ଘରେ ରଖିବା

କଥାକଥାକେ ପଡ଼ୋଶୀଙ୍କ ଘରେ ଷଣ୍ଢ ପୂରେଇବା

ସରକାରଙ୍କୁ ନାଲିଆଖି ଦେଖେଇବା

              ଆ କୀଳା ।

 

ଚିଟ୍ ଫଣ୍ଡରେ ଧନ ରଖିବା

ମାଗଣା ଖାଇବାର ସ୍ୱାଦ ଜନତାଙ୍କୁ ଚଖେଇବା

ଋଣ ନେଉଥିବା ବ୍ୟକ୍ତି ପାଇଁ ଗ୍ୟାରେଣ୍ଟର୍ ହେବା

ବାହା ହେବା ପାଇଁ ବାୟୋଡାଟାରେ ‘କବି’ ଲେଖିବା

              ଆ କୀଳା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ

କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

 

*****


Rate this content
Log in

Similar oriya poem from Comedy