Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Inspirational

2  

Bhakta Malla

Inspirational

ପ୍ରାପ୍ତି

ପ୍ରାପ୍ତି

1 min
6.6K


ସାଗର ଦିନେ କହିଲା ମୋତେ

ମୋ ଗର୍ଭେ ଅଛି ରତ୍ନ ,

ଖୋଜି ନେ, ଆସି ବକ୍ଷ ବିଦାରି

ହୋଇବୁ ଯଦି ମୁକ୍ତ ।।

ଅନେକ ଥର ସ୍ବପ୍ନ ଆସେ

ନିଶୀଥ ନିକାଞ୍ଚନେ,

ଅନେକ ଥର ଅଶୁଣା ସ୍ବର

ତୁହାଏ ମୋର କାନେ ।।

ନିରବ ମନେ ନିତି ବିଜନେ

ସେ ସ୍ବର ହୁଏ ତୀବ୍ର ,

ଏଡେଇ ଯିବା ଯେତିକି ଭାବେ

ସେ ଶବ୍ଦ ହୁଏ କ୍ଷୁବ୍ଧ ।।

ନିଃଶବ୍ଦ ର ଗଂଭୀର ସ୍ବର

ପାରେ କି ' କେହି ଫେଇ,

ଚାହେଁ କି' କେହି ପଥ କୁ ଭୂଲି

ଅପଥେ ଯିବା ପାଇଁ ।।

ତଥାପି କାହିଁ ଜାଗିଲା ମନ

ବ୍ୟଥିତ ହେଲା ପ୍ରାଣ,

ସାଗର ବୁକେ ବୁଡିବା ପାଇଁ

ଉଚ୍ଛନ୍ନ ହେଲା ମନ ।।

ବୁଡିଲି ଦିନେ ସାଗର ଜଳେ

ଖୋଜିଲି କେତେ ମତେ,

ଦିନ ବିତିଲା ମାସ ବିତିଲା

ବିତିଲା ବର୍ଷ କେତେ ।।


ତଥାପି କାହିଁ ମିଳିଲା ନାହିଁ

ସାଗର ଗର୍ଭ ରତ୍ନ,

ଦେହ ଯା' ମୋର ହୋଇଛି ଖାଲି

ଲବଣ ଜଳେ ଧୌତ ।।

ଅବସାଦ ରେ ଫେରିଲା ବେଳେ

କହିଲା କିଏ ଜଣେ,

ଶୁଦ୍ଧ ହେଲା ଶରୀର ମନ

ରତ୍ନରେ ତା' କି ମିଳେ ??

ପ୍ରାପ୍ତିରେ କି' ମିଳଇ ତୃପ୍ତି

ନିଭେ କାମନା ନିଆଁ ?

ଅତୃପ୍ତିର ଅନ୍ଧକାରେ

ଜଳଇ ଏ ଦୁନିଆ ।।

ଜୀବନ ସାରା ରହୁ ତୋହର

ଏଇ ଲୋଡିବା ପଣ,

ଏଇତ ଅଟେ ତୃପ୍ତ ଭାବ

ଶ୍ରେଷ୍ଠ ଉଦ୍ଭାବନ ।।



ଭକ୍ତ ଚରଣ ମଲ୍ଲ

22nd October 2017.


Rate this content
Log in

Similar oriya poem from Inspirational