Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajalaxmi Tripathy

Others

3  

Rajalaxmi Tripathy

Others

ଅତନ୍ଦ୍ର ପକ୍ଷୀ

ଅତନ୍ଦ୍ର ପକ୍ଷୀ

1 min
7.1K


କେଉଁ ଅଦ୍ଭୁତ କର୍ମା

ଧରାଇଥିଲା ତତେ

ପ୍ରାଣବିନ୍ଦୁଟିକୁ ତୋର

ତା'ଯାଦୁଦଣ୍ଡ ଧରି !

ବସିଛୁ ତୁ ଶିଖର ର ଦ୍ରଷ୍ଟା ହୋଇ

ଦେଖୁଛୁ ନୃତ୍ୟ ଖେଳା

ସତ୍ତା,ରୂପ, ଦୃଶ୍ୟ ମାନଙ୍କର

ଅଦୃଶ୍ୟ ରେ ଦେଖୁ ପୁଣି

ଦୃଶ୍ୟମାନ ପିତୁଳା ମାନଙ୍କୁ ।

ପାହାଡ ର ତଳେ ତୋର ସାଥି

ସବୁ ବୈପରୀତ୍ୟ ଡେଇଁ

ଜିଣିଛି ଯେ କେତେ ଯୁଦ୍ଧ

ଉତ୍ପାତ ଖଣ୍ଡ ପ୍ରଳୟର,

ଶୁଣାଏ ତା'ଲଳିତ ସ୍ତବଟି

ବିସ୍ମୟ-ବିହ୍ବଳ ଦୃଷ୍ଟିରେ

ଉଡାଣରେ ବ୍ୟସ୍ତ ସିଏ,

ଗତି-କ୍ଲାନ୍ତ ମନ ତାର ଚାହେଁ

ଭେଟିବାକୁ ତତେ,

ହେବାକୁ ଅନ୍ତରଙ୍ଗ

ନିବିଡ ଅନୁରାଗେ ।


Rate this content
Log in