ଏ ଜୀବନ ଚଲାପଥେ
ଏ ଜୀବନ ଚଲାପଥେ
ଶୂନ୍ୟତାର ଏଇ ନିର୍ଜନ ରାସ୍ତାରେ
ଭାରି କଷ୍ଟ ହୁଏ
ଚାଲୁଥାଏ ଯେବେ ଏକା ଏକା ,
ତଥାପିି ଚାଲିଛି ଝୁଣ୍ଟି ,ପଡ଼ି ଉଠି
ମାରିନି କେବେ ମୁଁ ଥକ୍କକା |
ସୁଖକୁ ସବୁ ମୁଁ ବାନ୍ଧି ଦେଇଛି
ମୋ ପିନ୍ଧା କାନି ପଣତରେ,
ଦୁଃଖକୁ ଆଜି ମୁଁ ଆଦରି ନେଇଛି
ମୋ ଓଠର ହସ ଧାରେ |
ପରକୁ ଆପଣା କରିିବାର ଭାବ ଜୀବନ ଶିଖାଇ ଦେଇଛି,
ଅନ୍ୟର ଦୁଃଖକୁ ନିିଜ ଦୁୁୁଃଖ ଭାବି ବଂଚିବାଟା ଶିଖି ଯାଇଛି |
ଫୁଲକୁ ଆଡେଇ କଣ୍ଟାରେ ଚାଲୁଛି
ପରକୁ ଆପଣା କରିଛିି,
ତାଙ୍କ ସ୍ନେହ ପ୍ରୀତି ମୋ ପାଇଁ ଅମୃତ
ସେ ଅମୃତ ମୁଁ ପାନ କରୁୁୁଛି |
ଖୁସି ମାନେ ନୁହେଁ ରକ୍ତର ସମ୍ବନ୍ଧ
ଅନୁୁୁଭବ ଆଜି କରିଛି,
ପରକୁ ଆପଣା କରିବାର କଳା
ଜୀବନ ଶିଖାଇ ଦେଇଛି |
ଝୁଣ୍ଟି ପଡେ ଯେବେ ବାଟ ଚାଲୁ ଚାଲୁ
ଅତି ଉହୁଁକି ଆସେ,
ତଥାପି କେବେ ମୁଁ ପଛକୁ ଚାହିଁନି
ଏ ଜୀବନ ଚଲାପଥେ |
◆◆◆ମମତା ମଞ୍ଜରୀ ଦାସ◆◆◆ ◆◆◆କଟକ◆◆◆