Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଅଗ୍ନିସମ୍ଭୁତା

ଅଗ୍ନିସମ୍ଭୁତା

1 min
13.6K


ଯୋଗମୁଦ୍ରାମୟୀ ପ୍ରେମାନନ୍ଦମୟୀ

ଜଗତଜନନୀ ମାଆ

ଶାନ୍ତ ରୂପ ତେଜି ହୁଙ୍କାରି ଗରଜି

ଅବତରି ଆସି ଯାଆ ।

ହଜାର ହଜାର ମହିଷା ଅସୁର

ମାତିଛନ୍ତି ଏଠି ଯୁଟି

ଦିବସେ ହାଟରେ ବାଟରେ ଘାଟରେ

ଇଜ୍ଜତ ନିଅନ୍ତି ଲୁଟି ।

ଶୁମ୍ଭ ଓ ନିଶୁମ୍ଭ ଭିଡିଛନ୍ତି ଦମ୍ଭ

ଭାରତ ଭୂମିରେ ଆଜି

ରକ୍ତବୀଜ ଭଣ୍ଡ ସାଥେ ଚଣ୍ଡମୁଣ୍ଡ

ପୀଡନ୍ତି ବିଧର୍ମୀ ସାଜି ।

ଭୂସ୍ଵର୍ଗ ବିଚ୍ଛିନ୍ନ ନିମନ୍ତେ ଉଚ୍ଛନ୍ନ

ଗୁଳିଗୋଳା ଫୁଟେ ନିତି

ବଢି ମାତୃ ଅନ୍ନେ ଅରି ଗୁଣଗାନେ

ଛନ୍ତି ନାହିଁ ତିଳେ ଭୀତି ।

କୁମାରୀତ୍ବ ଯେତେ ପଣ୍ୟଦ୍ରବ୍ୟ ମତେ

ହେଉଅଛି ବିକା କିଣା

ପାଦେ ଦିଅ ଦଳି ଯେତେ ଦୈତ୍ୟ ବଳୀ

ବୋଲାନ୍ତି ଜଗତଜିଣା ।

ମା'ଗୋ ଭଗବତୀ କରୁଛି ବିନତି

ଅନଳୁ ଆସ ସମ୍ଭବି

କରିଲେ ତୁ ହେଳା ବୁଡିବ ଗୋ ଭେଳା

ତୁ ପରା କାଳଭୈରବୀ ।

କରାଳିନୀ କାଳୀ ଏବେ ତୋର ପାଳି

ବ୍ୟାଘ୍ର ବାହନରେ ବସି

ଏ କଳାବଜାରୀ ନିଶା କାରବାରୀ

ଗଡକୁ ଦିଅ ମା' ଧ୍ବଂସି ।

ତୋ ବନ୍ଦନା ପାଇଁ ବେଳ ଆଉ କାହିଁ

ଆରତେ ଡାକୁଛି ମାଆ

ଆସ ଅବତରି ପ୍ରହରଣ ଧରି

କଳୁଷ ନାଶନେ ଯାଆ ।

ଉଗ୍ର ରୂପେ ଚଳି ମାଗିଲେ ମା' ବଳି

ଶୀର୍ଷ ମୋ ବଢାଇ ଦେବି

ସଙ୍କଟ ତାରିଣୀ ଅଭୟ ଦାୟିନୀ

ନଇଁଛି ଚରଣେ ସେବି ।

ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in