Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୧

ଜୀବନ ଗୀତା-୩୧

1 min
13.5K


ଜୀବନ ଗୀତା 
 
ଜୀବନରେ ବେଳେବେଳେ
ଯୁଦ୍ଧ ବି ମହଙ୍ଗା ପଡେ ଯୋଦ୍ଧା ପାଇଁ
ହାତରୁ ଖସିଲେ ଅସି
କଥା ବି ମହଙ୍ଗା ପଡେ ବକ୍ତା ପାଇଁ
ବିତର୍କରେ ଗଲେ ଫସି ॥୦॥
 
ନିଜ ଜୀବନ ବି ବୋଝ ହୋଇଯାଏ
ଭାଗ୍ୟଦେବୀ ଯେବେ ରୁଷେ
ତିନି ତୁଣ୍ଡରେ ବିଚରା ଛେଳିଛୁଆ
କୁକୁର ପରିକା ଦିଶେ
କଥାର ଓଜନ କମିଯାଏ ଯଦି
କଥା ଶେଷେ ଦିଏ ହସି ॥୧॥
 
ଦଲକାଏ ପବନ ରଚଇ ସିନା
ଦୁନିଆ ସାରା ତାଣ୍ଡବ
ଝଲକାଏ ପବନେ ଚାଲେ ଜୀବନ
ଉଡିଗଲେ ହୁଏ ଶବ
ଶାଣିତ କଥାର ଧାର ଅସି ଠାରୁ
ହୁଏ ସଦାବେଳେ ବେଶୀ ॥୨॥


Rate this content
Log in