Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Romance

3  

Prasanna Kumar Madala

Romance

ବର୍ଗ ବନ୍ଧନୀ

ବର୍ଗ ବନ୍ଧନୀ

1 min
6.6K


ବର୍ଗ ବନ୍ଧନୀ 

 

କିଛି ନଗଦ ଅନର୍ଥ 

ଅଳପ ପ୍ରତିଷ୍ଠା ତମ 

ସାମାଜିକ ବର୍ଗ ବନ୍ଧନୀର 

ଆଉ ଫିଟି ଯାଉଥିବା 

ତମ ପଛପଟର ଆଭିଜାତ୍ୟ 

ସେଦିନ ଅନ୍ଧ କରିଦେଲା ନା 

କଜଳ ବୋଳା ବଡବଡ 

ତମ ଚିଲା ଆଖି ଦି'ଟା ? 

ଆଉଥରେ ତତ୍ପର

ସମାନ ଆଭିମୁଖ୍ୟର କାହାକୁ 

ମାୟାବିନୀ ଇନ୍ଦ୍ରଜାଲେ ତମ 

ଛଂଦି ଆଣି ବାଂଧି ନେବାକୁ 

ତଥାକଥିତ ବନ୍ଧନୀ ଭିତରେ ? 

ରଙ୍ଗୀନ ପ୍ରଚକ୍ଷୁ ଲଗାଇ 

ପରଦା ଟଙ୍ଗା ଗାଡ଼ିରେ ବସିଲ ସିନା 

ଜୀବନର ମୂଲ୍ଯ ଭୁଲିଗଲ । 

ଶୁଣିଥିଲି ନିଦ ବଟିକା ଖାଇ

ବୁଝିଲଣି କୁଆଡେ 

ତତ୍ତ୍ବ ଯାକ ବସ୍ତୁମୟ ନୁହେଁ ବୋଲି, 

ବନ୍ଧନ ହୃଦୟର କି ଅନୁଭବର 

ଶାଶ୍ବତ ପ୍ରେମ ବୋଲି । 

ଏଥିପାଇଁ ମୁଁ ଅବୋଧ 

ଏବେ ବି ମୁକ୍ତ ବିହଙ୍ଗ 

ସିଟି ବଜାଇଲେ କି ଗୀତଟେ ଗାଇଲେ 

ଛାଏଁ ଧରା ଦେବି, 

ହେଲେ ପଞ୍ଜୁରୀରେ ନୁହଁ 

କି ତମ ବର୍ଗ ବନ୍ଧନୀରେ ନୁହଁ । 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 

 


Rate this content
Log in