Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ଶବ ମୁଁ !

ଶବ ମୁଁ !

1 min
13.7K


ଶବ ମୁଁ !

ଶବ ମୁଁ !

ଏଇ ଏବେଏବେ ଶବ ହୋଇଥିଲି 

କଞ୍ଚାଦେହ ବୋହିବାରେ,

ଆପଣାଙ୍କ ବ୍ୟସ୍ତ ଦେଖି ରୁହ ଟିକେ କହୁଥିଲି, 

ଭୁଲିଗଲି ମୁଁ !

ଏଇ ଏବେଏବେ ଶବ ହୋଇଥିଲି ।୧।

 

ସେଇ ଏକା

ମୋତେ ପୁଣି ଛୁଇଁବାରେ ଭୟ ଦେଖି

ଉଠିବାକୁ ମନକଲି ।

ଭୁଲିଗଲି ମୁଁ !

ଏଇ ଏବେଏବେ ଶବ ହୋଇଥିଲି ।୨।

 

ସଭିଙ୍କର କୋହ-ଲୁହ,

ମୋ'ପାଇଁ ଏତେ ଲୟ,

କାନ୍ଦିବାକୁ ମନକଲି ।

ଭୁଲିଗଲି ମୁଁ !

ଏଇ ଏବେଏବେ ଶବ ହୋଇଥିଲି ।୩।

 

ଧନ-ମାନ, ଶ୍ରଦ୍ଧା-ମୋହ,

ଏତେସବୁ ପ୍ରୀତି-ଭାବ

ମାୟାରେ ମୁଁ ବାନ୍ଧିହେଲି, 

ଭୁଲିଗଲି ମୁଁ !

ଏଇ ଏବେଏବେ ଶବ ହୋଇଥିଲି ।୪।

 

ଶତ୍ରୁ-ମିତ୍ର ଏକାକାର, ଚାଲିଛି ମୋ ଶବାଧାର,

ଫୁଲ-ଘିଅ-ଝୁଣା-କାଠ, ଧୂଳି-ଦାଣ୍ଡ-ଗାଁ-ମଠ

ମଶାଣିକୁ ମନାକଲି ।

ଭୁଲିଗଲି ମୁଁ !

ଏଇ ଏବେଏବେ ଶବ ହୋଇଥିଲି ।୫।

 

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in