Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ସାଇଭାଇ ତୋର ଆଗ

ସାଇଭାଇ ତୋର ଆଗ

1 min
6.7K


ସାଇଭାଇ ତୋର ଆଗ

 

ପର୍ଶୁରାମ ବିଶ୍ୱାଳ

 

ମନ କର୍ଣ୍ଣ ଦେଇ ଶୁଣରେ ଓଡ଼ିଆ, କହୁଚି ନଟନାଗର

ଯୋଉଠି ଅଛୁ ତୁ, ଯେମିତି ଅଛୁ ତୁ, ସଭିଏଁ ତୋ ଆପଣାର

ତୋ ପାଖ ପଡ଼ୋଶୀ ରହିଲେ ଖୁସିରେ

ହସିବ ତୋହରି ଘର ।

 

ତୁ ଯେତେ ପଇସାବାଲା ହେଇଥିଲେ ଆଗ ପଡ଼ୋଶୀଙ୍କି ଖୋଜ

ତୋ କାମରେ ସିଏ ଲାଗିବେରେ ସଦା, କିବା ସେ ସକାଳ-ସଞ୍ଜ|

ତୋ ସଂସାରତରୀ ବାହିବୁ ତୁ ଭଲେ

ପଡ଼ୋଶୀ ହେଲେ ନିଜର ।

 

ନିଜ ସ୍ୱାର୍ଥେ ଅନ୍ଧ ଆଜିର ମଣିଷ, ନାହିଁ ସାଇଭାଇ ଚିନ୍ତା

କିଏ ମଲା ଗଲା ରଖିନି ଖବର, ନାହିଁ ତା ହିସାବଖାତା

ତାଆ ବିପଦରେ ଅଣ୍ଟାଭିଡ଼ି କେହି

ହୁଏନାହିଁ ଆଗୁସାର ।

 

ଧରମ ପଥରେ କରମ କରିବୁ, ସାଇଭାଇ ତୋର ଆଗ

ତାଙ୍କ ସୁଖେ, ତାଙ୍କ ଦୁଃଖେ ରହିଥିଲେ କେହି କରିବେନି ରାଗ

ସିଏ ଖୁସି ହେବେ, ଭଲେ ତୁ ରହିବୁ

ହସିବ ତୋର ସଂସାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in