Audio

Forum

Read

Contests

Language


Write

Sign in
Wohoo!,
Dear user,
✿✿ ଭଉଣୀ ✿✿
✿✿ ଭଉଣୀ ✿✿
★★★★★

© Amiya Bej

Others

1 Minutes   12.9K    3


Content Ranking

✿✿ ଭଉଣୀ ✿✿

ସେ ବି ଗୋଟେ ଭଉଣୀ ଥିଲା -
ସଂଚା ରାକ୍ଷୀ ପଇସାରେ,ବର୍ଷଯାକ ହାତ ଦେଉ ନ ଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ମୋ ପାଠ କରି ଦେଇ, ନିଜ ପାଇଁ ମାଡ଼ ଖାଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଅଷ୍ଟମୀରେ ମନମାରି, ମୋତେ ଟିପା ଲଗାଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଦୁର୍ବଳ ଦେହରେ ବି, ଭୀମାଠାରୁ ମୋତେ ମୁକୁଳାଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଚୁଟି ଝିଙ୍କା-ରାମ୍ପୁଡାରେ , ମଲମକୁ ନିଜେ ବୋଳୁଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ନ ଫେରିଲେ ବାରବାର , ଦୁଆରକୁ ଧାଇଁ ଯାଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଜ୍ୱର ମୋତେ ହେଲେ, କାନ୍ଦି କାନ୍ଦି ଆଖି ଫୁଲାଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଦୋଷ କଲେ ଗାଳି ଦେଇ, ଖସିବାର ବାଟ କହୁଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ମାଛ ମୁଣ୍ଡ- ଲାଞ୍ଜ ଖାଇ , ଭଲତକ ମୋତେ ଦେଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଘରେ ଏକା ଥିଲେ କାନି ଖୋସି , ମା ବନି ଯାଉଥିଲା ।
ସେ ବି ଗୋଟେ ଭଉଣୀ ଥିଲା -
ଶାଶୁଘର ଗଲାବେଳେ , ମୋତେ ଧରି ଚେତା ହାରି ଦେଲା ।
ସେ ବି ଗୋଟେ ଭଉଣୀ ଥିଲା -
ତା ଯିବା ପରେ , ଆମ ଘରର ଶ୍ରୀ  ଛାଡି ଯାଉଥିଲା  ।
( ଅକାନ୍ଦୁରା ଭାଇର ଅକୁହା କଥା )

- ଅମିୟ

✿✿ ଭଉଣୀ ✿✿

Rate the content


Originality
Flow
Language
Cover design

Comments

Post


Some text some message..