Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

2  

Shanti Mishra

Others

ଅପେକ୍ଷା ତା କରିଛି ଏବେବି

ଅପେକ୍ଷା ତା କରିଛି ଏବେବି

1 min
6.9K


ସ୍ବାଭିମାନ ଅବା ଗର୍ବର କାରଣୁ ,

ଆସି ଫେରି ଗଲ କାହିଁ ମୋ ଜୀବନୁ ||

ଲୁହ ଢ଼|ଳିବାର ଅବକାଶ ଦେଇ,

ଧିରେ ଧିରେ କାହିଁ ଗଲ ହେ ଦୁରେଇ ||

ନିମନ୍ତ୍ରଣ ରକ୍ଷା କରି ଆସିଥିଲ,

ଆଦର ସତ୍କାର ଗ୍ରହଣ ବି କଲ ||

ଜାଣେ, ଚାହୁଁଥିଲ ସତର୍କ ଲୋଚନେ,

ପ୍ରଶ୍ନବାଚୀ ସବୁ ଫୋପାଡି ମୋ ମନେ ||

ଭାବୁଥିଲ ବୋଧେ ଆଉ କେହି ଅଛି ,

ମୋ ଜୀବନ ଡୋରେ ହୋଇଚି ତ ଗୁନ୍ଥୀ ||

ଅବିଶ୍ବାସ ତୁମ ବିଷ ପାଲଟିଲ|,

ଅମ୍ବୃତ ପିଇ ବି ମୋର ମୃତ୍ୟୁ ହେଲା ||

ମୃତ ଶରୀରରୁ ବାହାରି ମୋ ଆତ୍ମା ,

ଏଣେ ତେଣେ ବୁଲି ଖୋଜେ ତୁମ ସତ୍ତା ||

ଏବେବି ପ୍ରତିକ୍ଷା କରୁଚି ତୁମକୁ,

ଯତ୍ନରେ ତତ୍ପରେରେ ସଜାଇ ନିଜକୁ ||

ଭୁଲରେ ହେଉ ବା ଜ୍ଞାତ ସାରେ ହେଉ,

ଛଳନାରେ ହେଉ ବା ଆବଶ୍ୟକତାରେ ହେଉ ||

ମୃଦୁ ପଦକ୍ଷେପେ ଆସିଯିବ ଇଆଡକୁ ଯଦି କେବେ,

ସ୍ବାଗତର ସୁଯୋଗ ଦେବ ବୋଲି ଭାବେ ||

ଅଭିବାଦନ ମୋ ସାଦରେ କରି ଗ୍ରହଣ,

ଅବଶ ଶରୀରେ ଭରି ଦେବ ପ୍ରାଣ ||


Rate this content
Log in