Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradyumna Sahu

Others

2  

Pradyumna Sahu

Others

ଅନ୍ତିମ ମୋହ

ଅନ୍ତିମ ମୋହ

1 min
6.8K


ଅନ୍ତିମ ମୋହ 

ଆସନ୍ତାକାଲି ହୁଏ ତ ହୋଇପାରେ
ପାପ ଓ ପୁଣ୍ୟର ଫଇସଲା
ସମୀପରେ ଦିବ୍ୟ ରଥ
ହାତଠାରି ଡାକେ ଦେବଦୂତ । 

କ୍ଷଣେ ଆଉ ରହିଯଅ ବନ୍ଧୁ
ବାକିଅଛି ଆଉ ଦି'ପ୍ରହର
ମୋହ ଭଂଗ ସବୁଥିରୁ ଆଜି
ପୂତ୍ର-ପୌତ୍ର ଇତ୍ୟାଦିର ସଂସାରୁ । 

ଏ ଶଯ୍ୟାରେ ଶୋଇଗଲାପରେ
ଏ ସଂସାର କଣ୍ଢେଇଙ୍କ ଘର
ଲୋଭ, ମୋହ, କାମନା, ବାସନା
ଘୋଡା ବେପାର
ସତ୍ତା ଯା'ର ଅନ୍ୟ କାହା ପାଖରେ
ଗଳାରେ ତା' ସଂସାର ଝୁଲେ ମାଳମାଳ । 

କୋଟି ଆୟୁଷର ସନ୍ଧାନୀ ମୁଁ
କେତେ ଜନ୍ମ ସରିଗଲା ପରେ
ପାଇଛି ନିଜକୁ
ଓଠରେ ମୋ ନିଷ୍ପାପ ଶିଶୁର ହସ
ଏ ହସ ମୋ ଅତ୍ୟନ୍ତ୍ୟ ନିଜର । 

ଏ ଶଯ୍ୟାରେ ଶୋଇଗଲାପରେ
ବିଶ୍ବାସ କର;
ଜହ୍ନର ଜ୍ବୋସ୍ନାଠୁଁ ଶୀତଳ
ରଡ ରଡ ନିଆଁର କାକର । 


Rate this content
Log in

More oriya poem from Pradyumna Sahu