Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptimayee Biswal

Romance

3  

Diptimayee Biswal

Romance

ଖେଳିବି ନାହିଁ ଅଵିର

ଖେଳିବି ନାହିଁ ଅଵିର

1 min
6.9K



ଯା' ଯା' ରେ ତୁ ଚିତ୍ତଚୋର ,

ମୁଁ ଖେଳିଵି ନାହିଁ ଅଵିର

ତୋ ସାଥେ ।

ଭାରି ହଟିଆ ତୁ ମନେଅଛି ,

ଗଲାସନ କଲୁ ଯାହା କିଛି,

ମୋ' ସାଥେ ।

ସଖୀ ଲଳିତା କନକ ଗୋରୀ,

ଛଇ ଛଟକ ଜାଣେ ସେ ଭାରି,

କହିଗଲା ।

ଆଲୋ ଆଣିଵୁଲୋ ପିଚକାରୀ,

ମିଶି ଖେଳିଵା ରଙ୍ଗର ହୋରି,

ଦଗାଦେଲା ।


ତୁହି ଶ୍ୟାମ କାହିଁ ଲୁଚିଥିଲୁ !

ମୋ'ଠି କି ରଙ୍ଗ କହ ବୋଳିଲୁ !

କଳାକାହ୍ନୁ !

ନାହିଁ ନିଜଠି ଆଉ ଆୟତ୍ତ ,

ହାରି ଦେଲି କି ଏଇ ମୋ ଚିତ୍ତ !

ସେଇଦିନୁ ।

ରାଣ ଖାଇଛି ଖେଳିବି ନାହିଁ,

ଯା' ଯା' ରେ କଳା କହ୍ନାଇ ।।



Rate this content
Log in