Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Romance

2  

Debabrata Jena

Romance

ସ୍ବପ୍ନ ,ମୁଁ ଓ ତୁମେ

ସ୍ବପ୍ନ ,ମୁଁ ଓ ତୁମେ

1 min
3K



ସପନରେ ହେଉ ଅବା ଜାଗରଣେ
ତୁମେ ମୋ ପାଖକୁ ଆସ
ନିର୍ଜନ ବେଳାରେ ତୁମେ କାହିଁ ମୋର
ଖିଆଲି ମନରେ ବସ ?

ଖିଆଲ ମନରେ ତମ ଚାରୁ ଚିତ୍ର
ସିକ୍ତ ଭାବନାରେ ଆଂକେ
ବ୍ୟର୍ଥ ହେବ ନାହିଁ ମୋ ଭଲ ପାଇବା
ଏକଥା ସପନେ ଦେଖେ ।।

ସପନଟା ଖାଲି ସପନରେ ବଂଚେ
ବାସ୍ତବରେ ଏହା ହଜେ
ତଥାପି ଜାଣିବି ମନ ଅମାନିଆ
କପୋତ କାହିଁକି ସାଜେ ??

ରାତିରେ ସପନ ଅସୁମାରି ଆଶା
ଦିନରେ ସେ ମରୁ ବାଲି
ରାତି ପାହିଗଲେ ସକାଳ ଆସିଲେ
ଜୀବନଟା ଲାଗେ ଖାଲି ।।


Rate this content
Log in

Similar oriya poem from Romance