ଘଟ ଗାଁ ତାରିଣୀ
ଘଟ ଗାଁ ତାରିଣୀ
1 min
6.8K
ମନ୍ଦାର ମାଳିନୀ ଘଟଗାଁ ରାଣୀ
ଦୁଃଖ ହାରିଣୀ ସୁଖ ପ୍ରଦାୟନୀ
ନଡ଼ିଆ ରାଣୀ ଜଗତର ଠାକୁରାଣୀ
ସେହ୍ନମହୀ ମମତାମହୀ ମାତାରିଣୀ
ବିପନ୍ନ କାରୀଣୀ ଶକ୍ତି ପ୍ରଦାୟନୀ
ଘଟଗାଁର ରାଣୀ ମା ତୁ ତାରିଣୀ
ଜଗତଜନନୀ ଭକ୍ତଙ୍କର ମା ଠାକୁରାଣୀ
ତୋର କରୁଣା ଡେରି ଲାଗୁଥାଉ ନିତି
ଜୀବନଟା ମୋର ଲାଗିଲାଣି ଭାରି
ନେଇ ତୁ ମତେ ପାଖକୁ ଟାଣି
ଦୁଃଖିଙ୍କ ଜୀବନ ଦୁଃଖ ଅପ୍ରମିତ
କେବେ ହସିଉଠିବ ଦୁଃଖି ଜୀବନ
ତୋର ପଣତକାନିରେ ଦେଏ ଘୋଡେଇ
ଭକ୍ତଜନଙ୍କ ର ଦୁଃଖ ଯାଉ ଦୂରେଇ....
ପ୍ରମିଳା ସାହୁ