Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ସମୟ

ସମୟ

1 min
1.1K


ସମୟ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ସମୟ ନାହିଁ ଖାଇବାକୁ ଜହର

ମିଛସତ କହି କରୁଛେ ପ୍ରଚାର ।

ସମୟର ହୁଏ ଯଦି ପ୍ରତିଯୋଗିତା

ଆମେ ହେବା ବିଶ୍ୱବିଜେତା ।

ଗପି ଗପି ଯାଏ ରାତିଦିନ

ଆମଠାରୁ ବଡ଼ କିଏ ହୀନିମାନ ?

ସମୟର ସବୁବେଳେ ଦେଇ ଦ୍ୱାହି

ମିଛ ମାୟାରେ ହେଉଛେ ବାଇ ।

ଦ୍ୱିପ୍ରହରେ ଖାଇକରି ଯାଉ ଶୋଇ

ଜନସଂଖ୍ୟା ବୃଦ୍ଧିରେ ପ୍ରତିସ୍ପର୍ଦ୍ଧା କରଇ ।

ଖୋଜୁଥାଉ କ୍ୟାଲେଣ୍ଡରରେ ଛୁଟି

ସରକାରୀ ଅଫିସରେ ଜମେ ଖଟି ।

ହାଟରେ ଜୀବନ ଦେଇ ଲଢ଼େ ଗଞ୍ଜା

ଗାଁର ସମୟ ଇଜ୍ଜତରେ ଲାଗେ ପଞ୍ଜା ।

ରେଳ ଷ୍ଟେସନରେ ଲାଗେ ମେଳଣ

ଯିବେ ୧, ଛାଡ଼ିବେ ୫ର ନେଇଛୁ ପଣ ।

ଭାଷଣରେ ଭଲ ଲାଗେ ଦେଶର ପ୍ରଗତି

କାହା ଦୋଷ ଦେଇ ଶୋଇଗଲେ ଶାନ୍ତି ।

ଟିଭି, ମୋବାଇଲରେ ସମୟ ହେଉଛି ଘାଣ୍ଟି

ୱାର୍ଡସପ୍, ଇଣ୍ଟର୍ନେଟରେ ଦିନରାତି ଫେଣ୍ଟି ।

ସମୟ ଧନର କେତେ କାରବାର

ଧ୍ୟାନଚାନ୍ଦ, ସଚିନ୍ ନାଆଁରେ ସବୁ ପାର ।

ଗାଁ ଦାଣ୍ଡେ ଜୁଆ ଖେଳି ସମୟ ପାଶ୍

ସରକାରୀ ନାରା : ଏଥର ଗ୍ରାମ୍ୟ ବିକାଶ ।

ଅଗଷ୍ଟ ୧୫, ଜାନୁଆରୀ ୨୬ ସ୍ୱାଭିମାନ ଦିବସ

ବୁଲିବା ପିକ୍ନିକ୍ ଯୋଜନା ଥାଏ ଖାସ୍ ।

ରେଳ ହେଉ ବା ଖେଳ, ସବୁଥିରେ ଲେଟ୍

ଏହି ଜୀବନଧାରାରେ ଭାରତୀୟମାନେ ସେଟ୍ ।

ଆଡଜଷ୍ଟମେଣ୍ଟ ହୋଇଗଲାଣି ଆମ ଥିଓରୀ

କହିଦେଲେ ଗୋଟାଏ ଶବ୍ଦ ସବୁ ଯିବ ସରି – ସରୀ !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy