Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others Romance

3  

Prasant Kumar Nath

Others Romance

ବରଷାରେ ପ୍ରିୟା

ବରଷାରେ ପ୍ରିୟା

1 min
6.8K


ଆଜି ବି ମୋ ପ୍ରିୟା କରୁଅଛି ଜିଦି

ଭିଜିବାକୁ ବରଷାରେ

ମନଟା ନାଚୁଛି ଯେବେ ସେ ଦେଖୁଛି

ମେଘ ଖଣ୍ଡ ଆକାଶରେ ।

ଅଗଣା ଆଗକୁ ଧାଇଁ ସେ ଯାଉଛି

କାଗଜ ଡଙ୍ଗାଟେ ଧରି

ଜଳରେଣୁ ସାଥେ ଖେଳୁଛି ଆନନ୍ଦେ

କୁନି ପିଲାଟିଏ ପରି ।

ବରଷା ଛୁଇଁଲେ ପ୍ରିୟାକୁ ମୋହର

ମତୁଆଲା ହୋଇଯାଏ

ଭିଜି ଭଜି ପୁଣି ବରଷାରେ ସିଏ

ପ୍ରେମର ରାଗିଣୀ ଗାଏ ।

ମୋ ପ୍ରିୟାର ମନ ମତୁଆଲା ହୁଏ

ବରଷା ଛୁଇଁଲା ପରେ

ଭିଜିବା ପାଇଁକି ଅବୁଝା ପ୍ରେୟସୀ

ଶ୍ରାବଣକୁ ବେଶି ଝୁରେ ।


Rate this content
Log in